ପୋଖରୀରେ ବୁଡି ୩ଶିଶୁ ମୃତ

ଦଶପଲ୍ଲା ଗୋଡିବିଡା ଗାଁରେ ଅଘଟଣ । ପୋଖରୀରେ ବୁଡି ୩ଶିଶୁ ମୃତ । ସମସ୍ତେ ସମ୍ପର୍କୀୟ ଭାଇ । ମୃତକମାନେ ହେଲେ ଗୋଡିବିଡା ଗାଁର ବିଜୟ ନାୟକଙ୍କ ୧୦ବର୍ଷର ପୁଅ ଉମାକାନ୍ତ , ନୂଆଗାଁ ଥାନା ଖାଲମଡ଼ା ଗାଁର ପ୍ରଦୀପ ପ୍ରଧାନଙ୍କ ୧୧ବର୍ଷର ପୁଅ ରିତେଶ ଏବଂ ଓଡଗାଁ ଥାନା ପୋଡାସାହି ଗାଁର କାଳୁ ଖିଲାରଙ୍କ ।୧୨ବର୍ଷର ପୁଅ ଶୂଭ । ଗୋଡିବିଡା ଗାଁର ବିଜୟଙ୍କ ଭାଇର ପୁଅ ବାହାଘର ଭୋଜି ପାଇଁ  ରିତେଶ ଏବଂ ଶୂଭ ପରିବାର ଲୋକଙ୍କ ସହ ମିଶି ଆସିଥିଲେ । ୩ଜଣ ସମ୍ପର୍କୀୟ ଭାଇ ପୋଖରୀକୁ ଗାଧୋଇବାକୁ ଯାଇ ଅସାବଧାନତା ବଶତଃ ପାଣିରେ ବୁଡି ଯାଇଥିଲେ । ଗ୍ରାମବାସୀ ୩ଶିଶୁଙ୍କୁ ପାଣିରୁ ଉଦ୍ଧାର କରି  ଦଶପଲ୍ଲା ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ୩ଶିଶୁଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ଜଣାପଡିବା ପରେ ମେଡିକାଲ ପରିସର କାନ୍ଦବୋବାଳୀରେ ଫାଟି ପଡୁଛି   ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *