ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଶୁକ୍ରବାର ଆରମ୍ଭ ହେବ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ । ମଥୁରାରେ ଆରମ୍ଭ ହେବ କଂସ ରାଜୁତି। ଗୋପପୁରରେ ଲୀଳାଖେଳ କରିବେ ମହାପ୍ରଭୁ କୃଷ୍ଣ, ବଳରାମ l ବିଶ୍ୱର ସର୍ବବୃହତ ଖୋଲା ରଙ୍ଗମଞ୍ଚରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ । ଧନୁଯାତ୍ରା ପାଇଁ ବରଗଡ଼ ସହର ସାଜୁଥିବା ମଥୁରା ନଗରୀ ଏବଂ ଅମ୍ବାପାଲି ହେବାକୁ ଥିବା ଗୋପପୁର ବି ସଜେଇ ହୋଇଛି । ଜାନୁଆରୀ ୩ରୁ ଆରମ୍ଭ ହୋଇ ୧୩ ତାରିଖ ଯାଏ ୧୧ ଦିନ ଧରି ଚାଲିବ ଏହି ଯାତ୍ରା l ଧନୁଯାତ୍ରା ପାଇଁ ବରଗଡ଼ ସହର ସାଜିବ ମଥୁରା ନଗରୀ। ଅମ୍ୱାପାଲି ପାଲଟିଯିବ ଗୋପପୁର ଓ ସହର ମଧ୍ୟରେ ବହି ଯାଉଥିବା ଜୀରା ନଦୀ ପାଲଟିଯିବ ଯମୁନା ନଦୀ l ମହାରାଜା କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ବରଗଡ଼ ସହର ସାଜୁଥିବା ମଥୁରା ନଗରୀ । କୃଷ୍ଣଙ୍କ ପ୍ରେମରେ ବିଭୋର ହେବେ ଗୋପୀ , ଗୋପଙ୍ଗନା ଓ ଗୋପପୁରବାସୀ । ଅମ୍ବାପାଲି ସାଜୁଥିବା ଗୋପପୁରରେ ଏବେ ଉତ୍ସବ ମୁଖର । ଯମୁନା ନଦୀର ପରିଚୟ ପାଇବ ଜୀରା ନଦୀ । କଂସ ମହାରାଜଙ୍କ ନ୍ୟାୟ ବିଚାର ଏବଂ କୃଷ୍ଣଙ୍କ ପ୍ରେମରେ ବିମୋହିତ ହେବ ଲୋକେ ।  ବରଗଡ଼ ଓ ଅମ୍ବାପାଲି ସହରର ୨୭ ଟି ଖୋଲା ରଙ୍ଗ ମଞ୍ଚରେ ଅଭିନୟ କରିବେ କଳାକାର । ମହାରାଜା କଂସ ଓ ଅନ୍ୟ କଳାକାର ମାନଙ୍କ ପାଇଁ ହାତୀ,ଘୋଡ଼ା ,ଓଟ ପହଞ୍ଚିଥିବା ବେଳେ,ମଞ୍ଚ ପ୍ରସ୍ତୁତ ଓ କଳାକାର ମଧ୍ୟ ପ୍ରସ୍ତୁତ ।

ଦୁଲୁକିବ ମଞ୍ଚ, ଦୁଲୁକିବ ରାଜ ଦରବାର। ମହାରାଜା କଂସଙ୍କ ପାଇଁ ରଙ୍ଗ ମହଲ ଓ ରାଜ ଦରବାରର ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।  କଳାକାରମାନେ ବେଶ ଉତ୍ସାହିତ ଥିବାବେଳେ ବରଗଡବାସୀ ମଧ୍ୟ ଅପେକ୍ଷା କରି ରହିଛନ୍ତି ଧନୁଯାତ୍ରାକୁ । ଲୋକଙ୍କ ସୁରକ୍ଷା ପାଇଁ ବରଗଡ଼ ପୋଲିସ ପୁରା ପ୍ରସ୍ତୁତ ରହିଛି । ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି । ଟ୍ରାଫିକ ବ୍ୟବସ୍ଥା ଓ ଲୋକଙ୍କ ସୁରକ୍ଷା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ, ୧୫୦ ଜଣ ଅଫିସର ଧନୁଯାତ୍ରାରେ ନିୟୋଜିତ ହେବେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *