୧୦ବର୍ଷରେ ଗଲାଣି ୮୫୭ ହାତୀଙ୍କ ଜୀବନ

ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୮୫୭ ହାତୀଙ୍କର ମୃତ୍ୟୁ ଘଟିସାରିଲାଣି। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ। ସେଥିମଧ୍ୟରୁ ୩୦୫ ହାତୀ ରୋଗର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବେଳେ ୧୪୯ ହାତୀ ବିଦ୍ୟୁତ ଆଘାତ ମୃତ୍ୟୁବରଣ କରିଛନ୍ତି। ସେହିପରି ପ୍ରାକୃତିକ କାରଣରୁ ୨୨୯, ଶିକାର ଦ୍ୱାରା ୩୦ ହାତୀ, ରେଳ ଦୁର୍ଘଟଣାରେ ୨୯, ପ୍ରତିହିଂସା ପରାୟଣ ଦ୍ୱାରା ୧୬ ହାତୀ ମୃତ୍ୟୁବରଣ କରିଛନ୍ତି। ୨୦୨୪ ନଭେମ୍ବର ସୁଦ୍ଧା ରାଜ୍ୟରେ ହାତୀ ସଂଖ୍ୟା ରହିଛି ୨୧୦୩।

୨୦୧୫ ରେ ଥିଲେ ୧୯୫୪ ହାତୀ,  ୨୦୧୭ ରେ ସଂଖ୍ୟା ବଢି ୧୯୭୬ ପହଁଚିଥିଲା ଆଉ ୨୦୨୪ ରେ ସଂଖ୍ୟା ବଢି ୨୦୯୮ ଟି ହାତୀ ରହିଥିଲେ ବୋଲି ହାତୀ ଗଣନା ରିପୋର୍ଟ ଆଧାରରେ ଜଣାପଡିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *