ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ଚାଷୀ। ଚାଷ ଜମିରେ ଧାନ ଥୋଡ ବାହାରିଲାଣି। ବାତ୍ୟାରେ ପବନର ବେଗ ଅଧିକା ରହିଲେ ଫୁଲ ଝଡିବା ସହ ଫସଲ ନଷ୍ଟ ହେବାର ସମ୍ଭବନା ରହିଛି। ଧାରକରଜ କରି, ଭଲ ଅମଳ ଆଶା କରିଥିବା ଚାଷୀ ବିଲରେ ମୁଣ୍ଡ ରେ ହାତ ଦେଇ ବସିଛି। ସେପଟେ କୃଷି ବିଭାଗ ସଜାଗ ରହିଛି। ବିଲରେ କିପରି ପାଣି ନିଷ୍କାସନ କରିବେ, ସେ ଦିଗରେ ଚାଷୀଙ୍କୁ ସଚେତନ କରାଯାଉଛି। ପ୍ରାୟ ୪୫ହେକ୍ଟର ଚାଷ ଜମି ପ୍ରଭାବିତ ହେବା ଆଶଙ୍କା ରହିଥିବା ଅତିରିକ୍ତ ଜିଲା ମୁଖ୍ୟ କୃଷି ଅଧିକାରୀ ସୂଚନା ଦେଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now