କେନ୍ଦ୍ରାପଡ଼ାରେ ବଡ ଧୁମ଼ଧାମରେ ପାଳିତ ହୋଇଯାଇଛି ପଞ୍ଚୁଦୋଳ ଓ ହୋଲି ଉତ୍ସବ

କେନ୍ଦ୍ରାପଡାରେ ବଡ ଧୁମ଼ଧାମରେ ପାଳିତ ହୋଇଯାଇଛି ପଞ୍ଚୁଦୋଳ ଓ ହୋଲି ଉତ୍ସବ l ଏହି ଅବସରରେ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ପାରମ୍ପରିକ ଛାମୁ ମେଲଣ ଆୟୋଜନ କରାଯାଇଥିଲା l ଦୋଳ ବିମାନ ଗୁଡିକ ଶୋଭାଯାତ୍ରା ରେ ସହର ପରିକ୍ରମା କରି ବଳଦେବଜୀଉ ଙ୍କ ମନ୍ଦିର ନିକଟରେ ପହଞ୍ଚିଥିଲେ l ଛାମୁ ମେଳଣରେ  ଶ୍ରୀବଳଦେବଜୀଉଙ୍କ ସାନଭାଇ ବାଲିପାଟଣା ଗାଁ ର ଶ୍ରୀ ଲଛମନ ଜୀଉ ଙ୍କ ସମେତ  ରଘୁନାଥ ଜୀଉ, ଗଣାମହାଲ, ବଣିଆମାଳ, ଗରାପୁର ଓ ଆଖ ପାଖ ଅଞ୍ଚଳର ପ୍ରାୟ ୨୦ ରୁ ଉର୍ଦ୍ଧ୍ବ ଗୋଟି ବିମାନ ମେଲଣରେ ଅଂଶଗ୍ରହଣ କରିଥିଲେ। ମନ୍ଦିର ପକ୍ଷରୁ ଦୋଳବିମାନ ରେ ବିରାଜମାନ ରାଧା କୃଷ୍ଣଙ୍କ ନିକଟରେ ଶୁଖିଲା ଭୋଗ ଓ ପଣା ଲାଗି କରାଯାଇଥିଲା l ଏହି ମେଳଣ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା l ପଞ୍ଚୁ ଦୋଳରେ ପ୍ରଭୁ ଶ୍ରୀ ବଳଦେବଜୀଉ ରଙ୍ଗ ଖେଳିବାର ପରମ୍ପରା ଥିବାରୁ ଆଜି ଦିନରେ କେନ୍ଦ୍ରାପଡା ର ଲୋକମାନେ ମଧ୍ୟ ହୋଲି ଖେଳି ଥାନ୍ତି l ଆଜି କେନ୍ଦ୍ରାପଡା ସମେତ ସହର ଆଖାପାଖ ଅଞ୍ଚଳରେ ହୋଲି ଖେଳ ଖୁବ୍ ଜମିଥିଲା l ଲୋକେ ପରସ୍ପରକୁ ମିଠା ଖୁଆଇ ରଙ୍ଗ ଲଗେଇ ଥିଲେ l ଅନେକ ଲୋକ ରାସାୟନିକ ରଙ୍ଗ ପରିବର୍ତ୍ତେ ହର୍ବାଲ ରଙ୍ଗରେ ହୋଲି ଖେଳିଥିଲେ। ହୋଲି ପର୍ବ କୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *