ଦାଦନ ଶ୍ରମିକର ମୃତ୍ୟୁ ,ନ୍ୟାୟ ପାଇଁ ଦାବି

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖେରଙ୍ଗ ଗ୍ରାମ ପଞ୍ଚାୟତ ପଳାସପୁର ଗାଁ ରେ ଦାଦନ ଶ୍ରମିକର ମୃତ୍ୟୁ। ଭେଣ୍ଡିଆ ପୁଅକୁ ହରାଇ ବୃଦ୍ଧ ବାପା ମା ବାହୁନି ବାହୁନି କାନ୍ଦି ରାଜ୍ୟ ସରକାରଙ୍କୁ ନ୍ୟାୟ ପାଇଁ ଦାବି କରିଛନ୍ତି। ନିଜ ର ଗୁଜୁରାଣ ମେଣ୍ଟାଇବା ପାଇଁ ଦାଦନ ଖଟିବାକୁ ଜାଇ ଶେଷ ରେ ୪ ଦିନ ପରେ ମୃତ ଦେହ ଘରକୁ ଫେରିଛି।

ଏପଟେ ମୃତକଙ୍କ ପରିବାର ଲୋକେ  କିପରି ନ୍ୟାୟ ପାଇବେ ରାଜ୍ୟ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି । ପଳାସପୁର ଗାଁର ଅଭିରାମ ରାଉତଙ୍କ ପୁଅ ସିଦ୍ଧାର୍ଥ ରାଉତ ଦିର୍ଘ ତିନି ବର୍ଷ ହେବ ତାମିଲନାଡୁ ର ଏକ ସୁତା ମିଲରେ ରହି କାର୍ଯ୍ୟ କରିଆସୁଥିଲେ। ଅପରାହ୍ନ ୪ ଘଟିକା ସମୟରେ ମୃତଦେହ ପଳାସପୁର ଗ୍ରାମରେ ପହଞ୍ଚିଲା ପରେ ଗ୍ରାମର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଦିର୍ଘ ତିନି ବର୍ଷ ହେବ ସ୍ଥାନୀୟ ଠିକାଦାର ଙ୍କ ପାଖରେ ରହି କାର୍ଯ୍ୟ କରିଆସୁଥିଲେ। କିନ୍ତୁ ନିଜ ଘରକୁ ଟଙ୍କା ଟିଏ ଦେଇ ନଥିବା କଥା ମୃତକଙ୍କ ଭାଇ କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *