ଏମକେସିଜିରେ ଇଣ୍ଟରମିଟ୍ ବେଳେ ଗଣ୍ଡଗୋଳ,୩ଛାତ୍ର ଆହତ

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପରିସରରେ ହୋଇଥିବା ଇଣ୍ଟର ମେଡିକାଲ କଲେଜ ମିଟରେ ଗଣ୍ଡଗୋଳ । ଗତକାଲି ସନ୍ଧ୍ୟାରେ ବୁର୍ଲା, କଟକ ଏସସିବି ମେଡିକାଲର ଛାତ୍ରଛାତ୍ରୀ ମାନେ ଏମକେସିଜି ମେଡିକାଲକୁ ଆସିଥିଲେ ।କଟକ ଓ ବୁର୍ଲା ଛାତ୍ର ମାନଙ୍କ ସହ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଛାତ୍ର ମାନଙ୍କ ସହ ଗଣ୍ଡଗୋଳ ହୋଇଥିଲା ।ଏମକେସିଜି ମେଡିକାଲ କଲେଜ ୩ ନମ୍ବର ହଷ୍ଟେଲ ସମ୍ମୁଖରେ ହୋଇଥିଲା ଗଣ୍ଡଗୋଳ ।କଟକ ଏସସିବି ମେଡିକାଲ, ବୁର୍ଲା ମେଡ଼ିକାଲ ଓ ଏମକେସିଜି ମେଡିକାଲ କଲେଜର କିଛି ଛାତ୍ର ଆହତ ହୋଇଥିଲେ ।ଗତକାଲି ରାତିରେ ଏମକେସିଜି ମେଡିକାଲରେ ଚିକିତ୍ସିତ ହୋଇ ଫେରିଛନ୍ତି ଛାତ୍ର।ଘଟଣା ପରେ ପ୍ରତିକ୍ରିୟା ରଖିଲେ ଏମକେସିଜି ମେଡିକାଲ କଲେଜର ଡିନ୍ ପ୍ରଫେସର ଡ଼.ସୁଚିତ୍ରା ଦାଶ ।ଛାତ୍ର ମାନଙ୍କ ମଧ୍ୟରେ ଏଭଳି ଗଣ୍ଡଗୋଳ ଦୁଃଖଦାୟକ ।ଆସନ୍ତା ଦିନରେ ଏଭଳି ଇଣ୍ଟର ମେଡିକାଲ କଲେଜ ମିଟ ହେବ ନାହିଁ ।ଏହି ଘଟଣାକୁ ନେଇ ଆଜି ଅପରାହ୍ନ ୪ଟା ସମୟରେ ଏମକେସିଜି ମେଡିକାଲ କଲେଜରେ ବସିବ ଗୁରତ୍ୱପୂର୍ଣ୍ଣ ବୈଠକ ।ଏହି ମିଟରେ ୧୮ଟି ମେଡିକାଲ କଲେଜର ଛାତ୍ରଛାତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା ।ଗତ ୧୧ ତାରିଖରୁ ଆରମ୍ଭ ହୋଇଥିଲା ଏହି ଇଣ୍ଟର ମେଡିକାଲ କଲେଜ ମିଟ୍ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *