ପାଖେଇ ଆସିଲାଣି ମୌସୁମୀ ଏହା ପୂର୍ବରୁ ବାଲେଶ୍ବର ସହରର ମହାନାଳ ଗୁଡ଼ିକୁ ସଫେଇ କରିବା ପାଇଁ ପୌରପାଳିକା ଏ ଦିଗରେ ତତ୍ପରତା ପ୍ରକାଶ କରିଛି। ସହରର ଥିବା ମହାନାଳ ଗୁଡ଼ିକର କିପରି ସ୍ଥିତି ରହିଛି ସେ ନେଇ ଆଜି ସଦର ବିଧାୟକ ମାନସ କୁମାର ଦତ୍ତ ଯାଞ୍ଚ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ବିଧାୟକ ଶ୍ରୀ ଦତ୍ତ ସହରର ଚିଡ଼ିଆପୋଲ , ସୁଏଲପୂର ଆଦି ଅଞ୍ଚଳର ମହାନାଳ ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସବୁ ଅଞ୍ଚଳର ମହାନାଳ ଗୁଡ଼ିକୁ ଜେସିବି ଓ ଗ୍ୟାଙ୍ଗ କୁଲି ମାନଙ୍କ ଦ୍ଵାରା ସଫେଇ କରଯାଇଥିଲା। ତେବେ ସଫେଇ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଧିକ ସଂଖ୍ୟାରେ ଗ୍ୟାଙ୍ଗ କୁଲି ମୁତୟନ କରିବା ପାଇଁ ବିଧାୟକ ଶ୍ରୀ ଦତ୍ତ ପୌରପାଳିକା କାର୍ଯୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ବର୍ଷା ଦିନେ ସହରରେ କିପରି କୃତ୍ରିମ ବନ୍ୟା ସୃଷ୍ଟି ନହେବ ସେଥିପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଉଛି ବୋଲି ବିଧାୟକ ସୁଚନା ଦେଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now