ଆର ପାରିରେ ବିଜେପି ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକ

ଆର ପାରିରେ ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକ। ୭୭ ବର୍ଷ ବୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ। ୧୯୭୭ ରୁ ୧୯୮୦ ମସିହା ପର୍ଯ୍ୟନ୍ତ ଜନତା ପାର୍ଟି, ୧୯୮୫ ରୁ ୧୯୯୦ ଭାରତୀୟ ଜନତା ପାର୍ଟି, ୧୯୯୦ ରୁ ୧୯୯୫ ମସିହା ଜନତା ଦଳର ବିଧାୟକ ଥିଲେ। ୧୯୬୪ ମସିହାରେ ଛାତ୍ର ନେତା ଭାବେ ଯୋଗ ଦେଇଥିଲେ। ୧୯୭୪ ମସିହାରେ ଜେପି ଆନ୍ଦୋଳନରେ ଯୋଗ ଦେଇଥିଲେ। ୧୯୭୫ ମସିହାରେ ୧୮ ମାସ ପାଇଁ ଉଭୟ ଢେଙ୍କାନାଳ ଓ ପାଲଲହଡା ଜେଲରେ ରହିଥିଲେ। ୧୯୭୭ ମସିହାରେ ୨୮ ବର୍ଷ ବୟସରେ ପ୍ରଥମ ଯୁବ ବିଧାୟକ ହୋଇଥିଲେ। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *