ସରକାରୀ ବିଦ୍ୟାଳୟର ଶିକ୍ଷୟତ୍ରୀ ଙ୍କ ଅଜବ ଦଣ୍ଡ ! ପୁରୀ ଜିଲ୍ଲା ପିପିଲି ପୋପରଙ୍ଗା ପଂଚାୟତ ସରକାରୀ ବିଦ୍ୟାଳୟ ର ୪ର୍ଥ ଶ୍ରେଣୀ ଛାତ୍ର ଙ୍କୁ ବିଦ୍ୟାଳୟ ରେ କାମୁଡ଼ିଲା ବିଷାକ୍ତ ନାଗ ସାପ । ପାଠ ନ ଆସିବାରୁ ଶିକ୍ଷୟତ୍ରୀ ଦେଇଥିଲେ ଦଣ୍ଡ । ବିଦ୍ୟାଳୟ ର ଚାଉଳ ଘର ସଫା କରିବାକୁ କରିଥିଲେ ବାଧ୍ୟ ବୋଲି ପରିବାର ସଂଗୀନ ଅଭିଯୋଗ ଆଣିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଏହାକୁ ଚକ୍ରାନ୍ତ ବୋଲି କହିଛନ୍ତି ।ପୁଣି ନିଜର ଭୁଲ ସ୍ୱୀକାର ମଧ୍ୟ କରିଛନ୍ତି ।
ଏପଟେ ଗୁରୁତର ଅବସ୍ଥା ରେ ଛାତ୍ର ଙ୍କର ଭୁବନେଶ୍ୱର ମେଡିକାଲ ରେ ଚିକିତ୍ସା ଜାରି ରହିଥିଲା ବେଳେ ଏଵେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଚି । ତେବେ ଏନେଇ ଆଇନଶୃଙ୍ଖଳା ସମସ୍ୟା ଆଶଙ୍କା କରି ପିପିଲି IIC ସମ୍ପୃକ୍ତ ସ୍କୁଲ କୁ ଯାଇ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ଭେଟି ଏପରି ଦାୟିତ୍ୱହୀନ କାର୍ଯ୍ୟ ନକରିବାକୁ ପରାମର୍ଶ ଦେଇ ଥିଲେ, ସେପଟେ ପିପିଲି ବ୍ଲକ ଶିକ୍ଷାଧିକାରୀ ମଧ୍ୟ ସ୍କୁଲ ପରିଦର୍ଶନ କରିବା ସହ ଗ୍ରାମବାସୀ ଅଭିଭାବକ କମିଟି ଓ ଅନ୍ୟ ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ବେପରୁଆ ନିତୀ କୁ ନେଇ ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କୁ ଅବଗତ କରାଇବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦେଲେ ପ୍ରତିଶୃତି। ଏଭଳି ଘଟଣା ଠିକ୍ କାର୍ଯ୍ୟ ନୁହେଁ ବୋଲି ମନ୍ତବ୍ୟ ରଖିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now