ଟୁଇନ ସିଟିରେ ଅପରାଧ ନିୟନ୍ତ୍ରଣ ନେଇ ସମୀକ୍ଷା କରିଛନ୍ତି ପୋଲିସ କମିଶନର । ଗତବର୍ଷ ୨୦୨୩ ରେ କଟକ ଭୁବନେଶ୍ବର ଥାନା ମାନଙ୍କ ରେ ୧୭ ହଜାର ୬୭୫ କେସ୍ ରୁଜୁ କଟାଯାଇଥିଲା । ଏବର୍ଷ ନଭେମ୍ବର ଶେଷ ସୁଧା ୨୦ ହଜାର ୧୯ ଟି କେସ ରୁଜୁ କରାଯାଇଛି । କଟକରେ ରୁଜୁ ହୋଇଥିବା ମାମଲା ସଂଖ୍ୟା ପ୍ରାୟତଃ ସମାନ ଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ କେସ ବଢିଛି । ଗତବର୍ଷ ନଭେମ୍ବର ଶେଷ ସୁଧା ଭୁବନେଶ୍ୱର ରେ ୧୦ ହଜାର ୮୭୩ କେସ ରୁଜୁ ହୋଇଥିବା ବେଳେ ଏବର୍ଷ ନଭେମ୍ବର ଶେଷ ସୁଧା ୧୩ ହଜାର ୪ ଶହ ୧୧ କେସ ରୁଜୁ କରାଯାଇଛି । ସମସ୍ତ ଅଭିଯୋଗ କୁ ଗ୍ରହଣ କରିବା ସହ ଏତଲାକାରୀଙ୍କୁ ଯଥୋଚିତ ସମ୍ମାନ ଦେବାକୁ କୁହାଯାଇଛି । ସେପଟେ ଗତବର୍ଷ ଅପେକ୍ଷା ଟୁଇନ ସିଟିରେ ମର୍ଡର, ରେପ୍ କମିଥିବା କହିଛନ୍ତି ପୋଲିସ କମିଶନର । ଆଗାମୀ ଦିନରେ କମିଶନରେଟ ପୋଲିସ ପୂର୍ବପରି ସଦାସର୍ବଦା ପିପୁଲସ ଫ୍ରେଣ୍ଡଲି ହେବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି। ତେଣୁ ପୋଲିସି ବ୍ୟବସ୍ଥାକୁ ସହରରେ ଆହୁରି ସୁଦୃଢ କରିବା ପାଇଁ ପୋଲିସକୁ ସାଧାରଣ ଲୋକେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now