Latest Newsଜାତୀୟଦୁର୍ଘଟଣା

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖରଗୋନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ

ଭୁବନେଶ୍ୱର -କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଦେଶର ଖରଗୋନ ଠାରେ ହୋଇଥିବା ସଡକ ଦୁର୍ଘଟଣା ମାମଲାରେ ଦୁଃଖ ପ୍ରକାଶ କରିଛନ୍ତି ।

ସେ ଟ୍ୱିଟ କରି କହିଛନ୍ତି ଯେ ମଧ୍ୟ ପ୍ରଦେଶର ଖରଗୋନ ଠାରେ ଏକ ଯାତ୍ରୀ ବାହୀ ବସ ପୋଲରୁ ଖସି ଅନେକ ଲୋକଙ୍କର ଅସମୟରେ ଦେହାନ୍ତ ହେବାର ସୂଚନା ପାଇ ମୁଁ ଦୁଃଖିତ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକ ମାନଙ୍କର ପରିବାର ପ୍ରତି ମୋର ସମବେଦନା ରହିଛି । ଏହି ଘଟଣାରେ ଆହତ ମାନଙ୍କୁ ଶୀଘ୍ର ସୁସ୍ଥ କରିବାକୁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।

Related Articles

Leave a Reply

Your email address will not be published.

Check Also
Close
Back to top button