ମାର୍ଚ୍ଚ ୨୫ରେ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣି

Spread the love

ନୂଆଦିଲ୍ଲୀ: ଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଜାମିନ ଶୁଣାଣି ମାର୍ଚ୍ଚ ୨୫କୁ ଘୁଞ୍ଚି ଯାଇଛି। ସେପଟେ ଆଜି ଶୁଣାଣି କାଳରେ କୋର୍ଟ ଇଡିକୁ ନୋଟିସ କରିଛନ୍ତି। ମଙ୍ଗଳବାର ଦିଲ୍ଲୀ କୋର୍ଟରେ ସିସୋଦିଆ ଜଣାଇଥିଲେ କି, ତାଙ୍କ ପତ୍ନୀ ଅସୁସ୍ଥ, ଘରେ ତାଙ୍କ ଯତ୍ନ ନେବାକୁ ଆଉ କେହି ନାହିଁ। ସେହିପରି ତାଙ୍କ ଓକିଲ କହିଥିଲେ କି, ସିସୋଦିଆଙ୍କ ପତ୍ନୀ ଅସୁସ୍ଥ ଥିବା ବେଳେ ପୁଅ ବିଦେଶରେ ପଢୁଛନ୍ତି।

ତେବେ ସିସୋଦିଆଙ୍କ ଜାମିନ ଆବେଦନକୁ ସିବିଆଇ ବିରୋଧ କରୁଛି। ସଂସ୍ଥା ପକ୍ଷରୁ କୁହାଯାଇଛି କି, ସିସୋଦିଆ ଦିଲ୍ଲୀ ସରକାରରେ ଏକ ଉଚ୍ଚ ପଦରେ ଅବସ୍ଥାପିତ ଥିବାରୁ ସେ ମାମଲାରେ ତଥ୍ୟ ପ୍ରମାଣ ନଷ୍ଟ କରିପାରିବେ।

କିନ୍ତୁ ସିସୋଦିଆ କହିଥିଲେ। ସେ ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରୁଛନ୍ତି। ମାମଲାରେ ସଂସ୍ଥା ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ କରିଛି, ତାଙ୍କର ବିଦ୍ୟୁତ ଉପକରଣ ଜବତ କରିଛି, କିନ୍ତୁ କୌଣସିଠାରେ ତାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ। ମୁଁ ଜଣେ ଜନ ସେବକ, କିନ୍ତୁ ଏହି ମାମଲାରେ ଆଉ ଦୁଇ ଜଣଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିବା ବେଳେ ସେମାନଙ୍କୁ ଗିରଫ କରାଯାଇନାହିଁ। ସେହିପରି ସିସୋଦିଆଙ୍କ ଓକିଲ କୋର୍ଟଙ୍କୁ ଜଣାଇଛନ୍ତି କି, ସିବିଆଇ ହାଜତରେ ରଖି ପଚରାଉଚରା ପାଇଁ କିଛି ବାକି ନାହଁ। ସେ ବିଦେଶକୁ ଖସି ଯାଉ ନାହାନ୍ତି। ଏଥିସହ ଓକିଲ ଜଣାଇଥିଲେ କି, ତାଙ୍କ ବିରୋଧରେ କୌଣସି ଦସ୍ତାବିଜ ପ୍ରମାଣ ମଧ୍ୟ ସଂସ୍ଥା ସଂଗ୍ରହ କରିପାରି ନାହିଁ।

ଏହାକୁ ନେଇ ସିବିଆଇ କୋର୍ଟଙ୍କୁ ଜଣାଇଥିଲା କି, ଯଦିଓ ସିସୋଦିଆ ବିଦେଶକୁ ଖସି ଯାଉନାହାନ୍ତି, କିନ୍ତୁ ସେ ସାକ୍ଷୀଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ସେ ଯାଞ୍ଚକୁ ମଧ୍ୟ ପ୍ରଭାବିତ କରି ପାରନ୍ତି। ସିସୋଦିଆଙ୍କ ଅଧୀନରେ ୧୮ ବିଭାଗ ରହିଛି।  ସମସ୍ତ ତଥ୍ୟ ପ୍ରମାଣ ତାଙ୍କ ପାଖରେ ଅଛି। ସେ ମାମଲାରେ ବହୁ ଦସ୍ତାବିଜ ନଷ୍ଟ କରିଦେବା ସହ ବ୍ୟବହାର କରୁଥିବା ଏକାଧିକ ଫୋନ ନଷ୍ଟ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *