ଉତ୍ତର ପ୍ରଦେଶର ଶିକ୍ଷାନୁଷ୍ଠାନରେ ୭୫ କୋଟିର ଛାତ୍ରବୃତ୍ତି ଘୋଟାଲା

Spread the love

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ ଦ୍ବାରା ୭୫କୋଟି ଟଙ୍କାର ଛାତ୍ରବୃତ୍ତି ଘୋଟାଲା ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡରୁ ସାମ୍ନାକୁ ଆସିଛି। ରାଜ୍ୟର ୬ ଜିଲ୍ଲାର ୨୨ଟି ସ୍ଥାନରେ ଛାତ୍ରବୃତ୍ତି ଘୋଟାଲାକୁ ନେଇ ଇଡି କରିଥିଲା ଚଢାଉ। ମେଟ୍ରିକ ପରେ ଏସସି, ଏସଟି, ଭିନ୍ନକ୍ଷମ ଓ ଅନଗ୍ରସର ବର୍ଗ ପାଇଁ ଉଦ୍ଦିଷ୍ଟ ଛାତ୍ରବୃତ୍ତିକୁ କିଛି ଶିକ୍ଷାନୁଷ୍ଠାନ ବହୁ ଅଯୋଗ୍ୟ ଛାତ୍ରଙ୍କୁ ପ୍ରଦାନ କରୁଛି।

ଇଡି ପକ୍ଷରୁ ହୋଇଥିବା ରେଡରେ ଯେଉଁ ସବୁ ସଂସ୍ଥାରେ ଛାତ୍ରବୃତ୍ତି ଘୋଟାଲା ହୋଇଥିବା ମିଳିଛି ସେସବୁ ଭିତରେ ରହିଛି ମାମପୁର ଏସଏସ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ, ଲକ୍ଷ୍ନୌର ହାଇଜିୟା କଲେଜ ଅଫ ଫାର୍ମାସୀ,  ସେଣ୍ଟ୍ରାଲ ଇନଷ୍ଟିଚ୍ୟଉଟ ଅଫ ଫାର୍ମାସୀ, ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଏଜୁକେଶନ, ଫରିଦା ବାଦର ଡା ଓମ ପ୍ରକାଶ ଗୁପ୍ତା ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି।

ସେହିପରି ଡା ଭୀମ ରାଓ ଆମ୍ବେଦକର ଫାଉଣ୍ଡେଶନ ଓ ଜୀବିକା କଲେଜ ଅଫ ଫାର୍ମାସୀ, ଆରପି ଇଣ୍ଟର କଲେଜ, ଜ୍ଞାନବତୀ ଇଣ୍ଟର କଲେଜ ଓ ଜଗଦୀଶ ପ୍ରସାଦ ବର୍ମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରି ମୋଟ ୨୨ଟି ଶିକ୍ଷାନୁଷ୍ଠାନରେ ହୋଇଛି ହେରଫେର। ଏହା ଦ୍ବାରା ସଂଖ୍ୟାଲଘୁ, ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଇଡି କହିଛନ୍ତି।

Leave a Reply

Your email address will not be published. Required fields are marked *