ଜାତୀୟରାଜନୀତି

ନିର୍ବାଚନ ଆୟୋଗ ମୋଦିଙ୍କ ଚାକର: ଉଦ୍ଧବ

ମୁମ୍ବାଇ: ଉଦ୍ଧବ ଠାକରେଙ୍କ ପ୍ରତିପକ୍ଷ ଏକନାଥ ସିନ୍ଧେଙ୍କୁ ଶିବସେନା ପାର୍ଟିର ନାମ ଓ ଚିହ୍ନ ମିଳିବା ପରେ ଆକ୍ରାମକ ହୋଇଛନ୍ତି ଉଦ୍ଧବ ଠାକରେ। ଉଦ୍ଧବ ନିର୍ବାଚନ କମିଶନକୁ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାକର। ଦଳର ନାମ ଓ ଚିହ୍ନ ହରାଇ ନିରୁତ୍ସାହିତ ହୋଇଥିବା ଠାକରେ ନିଜ ସମର୍ଥକଙ୍କୁ ଧର୍ଯ୍ୟ ଧରିବାକୁ ଓ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଆଗ୍ରହ କରିଛନ୍ତି। ସୂଚନାଯୋଗ୍ୟ, ବିଏମସିର ନିର୍ବାଚନ ବହୁତ ଶୀଘ୍ର ହେବାକୁ ଯାଉଛି।

ଶୁକ୍ରବାର ନିର୍ବାଚନ ଆୟୋଗ ସିନ୍ଧେ ଗୋଷ୍ଠୀକୁ ଶିବସେନା ନାମ ଓ ଚିହ୍ନ ଦେବା ପରେ ଶନିବାର ଉଦ୍ଧବ ଠାକରେ ନିଜ ନେତାମାନଙ୍କୁ ବାସଭବନ ମାତୋଶ୍ରୀକୁ ଡକାଇଥିଲେ। ଏହି ଅବସରରେ ମାତୋଶ୍ରୀ ବାହାରେ କର୍ମକର୍ତ୍ତାମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି।

ଉଦ୍ଧବ ବାସଭବନ  ବାହାରେ ନିଜ କାରର ମନରୁଫ ଖୋଲି ଠିଆ ହୋଇ ସମର୍ଥକଙ୍କୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଅପିଲ କରିଛନ୍ତି। ସେ ସିନ୍ଧେଙ୍କ ଉଦ୍ଦେଶ୍ୟରେ କହିଛନ୍ତି କି, ପାର୍ଟିର ନିର୍ବାଚନ ଚିହ୍ନ ଚୋରି ହୋଇଯାଇଛି ଓ ଚୋରକୁ ଶିକ୍ଷା ଦେବାର ଆବଶ୍ୟକତା ରହିଛି।

ସୂଚନାଯୋଗ୍ୟ, ଶୁକ୍ରବାର ନିର୍ବାଚନ ଆୟୋଗ ଉଦ୍ଧବଙ୍କୁ ଝଟକା ଦେଇ ପାର୍ଟିର ଚିହ୍ନ ସିନ୍ଧେଙ୍କୁ ଦେଇଥିଲେ, ଯାହାକୁ ୧୯୬୬ରେ ଉଦ୍ଧବଙ୍କ ପିତା ସ୍ଥାପିତ କରିଥିଲେ। ପ୍ରଥମେ ସିନ୍ଧେ ଉଦ୍ଧବଙ୍କ ସରକାର ଭାଙ୍ଗିଥିଲେ, ଏବେ ତାଙ୍କ ପାର୍ଟିର ନାମ ଓ ଚିହ୍ନକୁ ତାଙ୍କଠାରୁ ଛଡେଇ ନେଇଛନ୍ତି। ତେବେ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପଡିଛି। ତେଣୁ ଉଦ୍ଧବ ସୁପ୍ରିମକୋର୍ଟରେ ଗୁହାର ଲଗେଇବେ ବୋଲି ଶୁକ୍ରବାର ନିର୍ବାଚନ ଆୟୋଗଙ୍କ ନିର୍ଣ୍ଣୟ ପରେ କହିଥିଲେ।

Related Articles

Leave a Reply

Your email address will not be published.

Back to top button