ଆଜିକୁ ଠିକ୍ ବର୍ଷକ ତଳେ କ୍ରିକେଟର କୋହଲି ନିଜର ୫୦ତମ ସେଞ୍ଚୁରୀ ମାରିବାର ରେକର୍ଡ ରଚିଥିଲେ। ନ୍ୟୁଜିଲାଣ୍ଡ ବିରୁଦ୍ଧରେ ସେଞ୍ଚୁରୀ ସ୍କୋର୍ କରିଥିଲେ ବିରାଟ କୋହଲି। ବିଶ୍ୱ କପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଓ୍ୱାଙ୍ଖଡେ ଷ୍ଟାଡିଅମରେ ଏହି ଶତକ ମାରି ସମସ୍ତଙ୍କ ମନ ଜିଣିନେଇଥିଲେ କୋହଲି। ଆଉ ସେଞ୍ଚୁରୀ ମାରିବା ପରେ ପ୍ୟାଭିଲିଅନରେ ବସିଥିବା ସଚିନ ତେନ୍ଦୁଲକରଙ୍କ ଆଡ଼କୁ ଦେଖି ମୁଣ୍ଡ ନୁଆଁଇ ନିଜର କୃତଜ୍ଞତା ଜ୍ଞାପନ କରିବାକୁ ଭୁଲିନଥିଲେ କୋହଲି। ସଚିନ ବି ପୁରା ଦର୍ଶକଙ୍କ ସହ ଛିଡ଼ା ହୋଇ ତାଳି ମାରି କୋହଲିଙ୍କୁ ଶୁଭେଛା ଦେଇଥିଲେ। ନଭେମ୍ୱର ୧୫,୨୦୧୩ରେ ଓ୍ୱାଙ୍ଖଡେରେ ତେନ୍ଦୁଲକର ନିଜର ଫାଇନାଲ ଇନିଂସ ଖେଳିଥିଲେ। ଆଉ ନଭେମ୍ୱର ୧୫, ୨୦୨୩ରେ ସେହି ଷ୍ଟାଡିଅମରେ କୋହଲି ୫୦ତମ ଦିନିକିଆ ଶତକ ମାରିଥିଲେ। କୋହଲିଙ୍କ ଲାଗି ନଭେମ୍ୱର ୧୫ ଥିଲା ଐତିହାସିକ ମୂହୂର୍ତ୍ତ। କାରଣ ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସେ ସଚିନଙ୍କ ରେକର୍ଡ ଭାଙ୍ଗିଦେଇଥିଲେ। ସଚିନ ୪୯ତମ ଶତକ ହାସଲ କରିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now