bihar

  • ୧୬ରେ ବିହାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

    ପାଟନା: ବିହାରରେ ନୀତିଶ କୁମାରଙ୍କ ନୂଆ ସରକାରରେ କାହାକୁ କେଉଁ ବିଭାଗ ଦିଆଯିବ, ତାକୁ ନେଇ ତେଜସ୍ୱୀ ଯାଦବଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସହମତି ହୋଇଛି । ଅଗଷ୍ଟ ୧୬ ତାରିଖରେ ଜେଡିୟୁ ଓ ମହାମେଣ୍ଟ ସରକାରର ମନ୍ତ୍ରୀମଣ୍ଡଳ ବିସ୍ତାର ହେବାକୁ ଯାଉଛି । ଏହା ପୂର୍ବରୁ ନୀତିଶ ଓ ତେଜସ୍ୱୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ରୁଦ୍ଧ ଦ୍ୱାର ବୈଠକ ହୋଇଥିଲା, ଯେଉଁଥିରେ ଉଭୟ ନେତା ଏକ ନିର୍ଯାସରେ ପହଞ୍ଚିଥିବା ଜଣାପଡିଛି ।
    ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଦିଲ୍ଲୀରେ ନିଜ ସହଯୋଗୀ ଦଳର ବଡ ନେତାଙ୍କ ସହ ସାକ୍ଷାତ କରିଥିଲେ । ଯେଉଁଠି ସହମତି ପାଇବା ପରେ ତେଜସ୍ୱୀ ବିହାର ଫେରିଥିଲେ ଓ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଥିଲେ । ତେଜସ୍ୱୀ ସ୍ପଷ୍ଟ କରିଥିଲେ କି, ମନ୍ତ୍ରୀପଦକୁ ନେଇ ନାମ ସ୍ଥିର ହୋଇସାରିଛି ।
    ତେଜସ୍ୱୀ ନିକଟରେ ଦିଲ୍ଲୀ ଯାଇ ସୋନିଆ ଗାନ୍ଧୀଙ୍କ, ଭାକପା ନେତା ଡି ରାଜୁ ଓ ସୀତାରାମ ୟେଚୁରୀଙ୍କ ସହ ସାକ୍ଷାତ କରିଥିଲେ । ସେମାନଙ୍କ ସହ ବିହାର ମନ୍ତ୍ରୀମଣ୍ଡଳ ଉପରେ ଆଲୋଚନା କରିଥିଲେ ।

  • ନୀତିଶ କ’ଣ ନବୀନଙ୍କ ସହ ତୁଳନୀୟ କି ?

    ବିହାର ରାଜନୀତିକୁ ନେଇ ଚାରିଆଡ଼େ ହଇଚଇ। ନୀତିଶଙ୍କ ନେତୃତ୍ୱାଧୀନ ନୂଆ ସରକାର ଓ ଅଷ୍ଟମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ନୀତିଶଙ୍କ ରେକର୍ଡକୁ ନେଇ ବି ସେତିକି ଚର୍ଚ୍ଚା। ହେଲେ ନୀତିଶ କଅଣ ନବୀନଙ୍କ ସହ ତୁଳନୀୟ କି। ବିହାର ଭଳି ଓଡ଼ିଶାରେ ରାଜନୈତିକ ଅସ୍ଥିରତା ଅଛି କି। ଏହାର ଉତ୍ତର ଗୋଟିଏ ଶବ୍ଦରେ ହେଉଛି ବିଲକୁଲ ନୁହେଁ। କାରଣ ପଟ୍ଟ ପରିବର୍ତ୍ତନ, ସୁବିଧାବାଦୀ ରାଜନୀତିର ବିଶ୍ୱାସରେ ବ୍ରତୀ ନୀତିଶ। କ୍ଷମତା ଚୌକି ତାଙ୍କ ପାଇଁ ସବୁ କିଛି। ସେଠି ଆଦର୍ଶ ଓ ବିଚାରାଧାରାର କିଛି ମାଏନା ରଖୁନି। ସେଥିଲାଗି ତ ସିଏମ ଚୌକି ପାଇଁ ସର୍ବାଧିକ ଅଷ୍ଟମ ଥର ଶପଥ ନେଇଥିଲେ ବି ନୀତିଶଙ୍କ ପତିଆରା ଓ ପ୍ରଭାବକୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି ରାଜନୀତିକ ମହଲ।

    ପ୍ରଧାନମନ୍ତ୍ରୀ ପଦ ପାଇଁ ଲାଳାୟିତ ନୁହେଁ ବୋଲି କେତେବେଳେ କୁହନ୍ତି ତ ସମାନ୍ତରାଳ ଭାବେ ପୁଣି କୁହନ୍ତି ସବୁ ବିରୋଧୀ ଦଳ ଏକାଠି ହୁଅନ୍ତୁ ବୋଲି ସେ ଚାହାଁନ୍ତି। ହେଲେ ଓଡ଼ିଶାରେ ସ୍ଥିର ଶାସନ ଓ ସ୍ଥିର ନେତୃତ୍ୱ ଦେବାରେ ରେକର୍ଡ କରିଛନ୍ତି ନବୀନ ପଟ୍ଟନାୟକ। ତା ପୁଣି କ୍ରମାଗତ ଆସ୍ଥା ବଢ଼ିଚାଲିଛି ଜନମତର। ୨୦୧୨ ମିଡନାଇଟ ଅପରେସନ ଭଳି ଅତୀତକୁ ଛାଡ଼ିଦେଲେ ଏଭଳି କୌଣସି ରାଜନୈତିକ ବିପଦ ମାଡ଼ିଆସିନି ନବୀନଙ୍କୁ। ସେଥିଲାଗି ତ ସେ ଅବିଚଳିତ। କଂଗ୍ରେସ ଓ ଏନଡିଏରୁ ସମଦୂରତ୍ୱ ବଜାୟ ରଖିବାରେ ସିଦ୍ଧହସ୍ତ। ପ୍ରସଙ୍ଗଭିତ୍ତିକ ସମର୍ଥନ ଦିଅନ୍ତି ସତ। କିନ୍ତୁ ସେଥିରେ ରାଜ୍ୟସ୍ୱାର୍ଥର ଛିଟା ଛାଟିଦେଇଥାଆନ୍ତି। ଇଣ୍ଡିଆ ଟୁଡେ ମୁଡ୍ ଅଫ ନେସନ ପୋଲରେ ତାଙ୍କ ଶାସନକୁ ନେଇ ୭୮ ପ୍ରତିଶତ ସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଅର୍ଥାତ୍ ନିଜ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସନ୍ତୁଷ୍ଟ ବର୍ଗରେ ନବୀନ ଶୀର୍ଷରେ। ସେଥିଲାଗି ତ ଜାତୀୟ ରାଜନୀତିରେ ତାଙ୍କର ଭୂମିକାକୁ ଗୁରୁତ୍ୱ ଦିଆଯାଏ।

    କିନ୍ତୁ ସେ ଓଡ଼ିଶା ରାଜନୀତି ଛାଡ଼ିବେନି ବୋଲି ଏକରକମ ପକ୍କା। ନବୀନ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବା ପକ୍କା ବୋଲି କହିଲେଣି ଦଳୀୟ ନେତା। ପରିବର୍ତ୍ତନର ସୂତ୍ରଧର ବୋଲି ନୀତିଶଙ୍କ ମନ୍ତବ୍ୟକୁ ଉଦ୍ଧୃତ କରି ତୁଳନା କଲେଣି। ଅଷ୍ଟମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ। କିନ୍ତୁ କ୍ଷମତା ଲାଗି ସବୁସ୍ତରକୁ ଯାଇପାରିବେ ବୋଲି ଅପବାଦ ବି ତାଙ୍କ ପଛେ ପଛେ ଲାଗିରହିଛି। ଜନାଦେଶକୁ ଅପମାନ ଓ ବିହାରବାସିନ୍ଦାଙ୍କୁ ବିଶ୍ୱାସଘାତ କରିଥିବାର ଆରୋପ ଲଦାଯାଇଛି। ହେଲେ ଏ ସବୁ ଅପବାଦ ଛୁଇଁପାରିନି ନବୀନଙ୍କୁ। ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ଆଗରେ ନୀତିଶଙ୍କ ଧଳା ପୋଷାକ ତଳେ କ୍ଷମତା ଆଗରେ ସବୁ ତୁଛ ଭାବମୂର୍ତ୍ତି ଯେମିତି ମଳିନ।

    • ପ୍ରଦୀପ ନାୟକଙ୍କ ରିପୋର୍ଟ
  • ପୁଣି ଥରେ ଉପ-ମୁଖ୍ୟମନ୍ତ୍ରୀ ହେଲେ ତେଜସ୍ୱୀ…କାହିଁକି ରହିଛି ତେଜସ୍ୱୀଙ୍କ ବିହାର ପଲିଟିକ୍ସରେ ତେଜ୍ ?

    ନୀତିଶଙ୍କ ରାଜତିଳକ ହୋଇଛି। ଥରେ ନୁହେଁ। ଆଜିକୁ ମିଶାଇ ୮ ଥର ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିଛନ୍ତି ନୀତିଶ। ହେଲେ ନୀତିଶଙ୍କ ତୁଳନାରେ ଢେର୍ କନିଷ୍ଠ ଥିବା ତେଜସ୍ୱୀ ଯାଦବଙ୍କ ତେଜ୍ ବି କିଛି କମ୍ ନାହିଁ ବିହାର ପଲିଟିକ୍ସରେ। ନୀତିଶଙ୍କ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ତେଜସ୍ୱୀ। ଗଲା ନିର୍ବାଚନରେ ବି ନୀତିଶଙ୍କ ଦଳକୁ ତିନି ନମ୍ୱର ଆସନକୁ ଠେଲିଦେଇଥିଲେ ତେଜସ୍ୱୀ। ଆଉ ଏଥର ପାଳିରେ ପୁଣି ଥରେ ଉପ-ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତେଜସ୍ୱୀ। ବିହାର ବିଧାନସଭାରେ ବିରୋଧୀ ଦଳ ନେତା। ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ। ଲାଲୁ – ରାବ୍ରିଙ୍କ ସବା ସାନ ପୁଅ। ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡି ଯାହାର ନେତୃତ୍ୱରେ ପରିଚାଳିତ। ଗଲା ବିଧାନସଭା ନିର୍ବାଚନରେ ବିହାରର ଏକକ ସଂଖ୍ୟାଗରିଷ୍ଠ ଦଳର ନେତା। ସେ ହେଉଛନ୍ତି ତେଜସ୍ୱୀ ଯାଦବ। ସଂଖ୍ୟାରେ ବିଜେପି ଓ ଜେଡିୟୁକୁ ପଛରେ ପକାଇଦେଇଥିଲେ ବି ବିହାର ଶାସନର ଡୋରି ଧରିବାକୁ ଅଳ୍ପକେ ବଞ୍ଚିତ ହୋଇଥିଲେ ତେଜସ୍ୱୀ।

    କାରଣ ନୀତିଶ ପଟ୍ଟ ପରିବର୍ତ୍ତନ କରିଦେଲେ। କ୍ରିକେଟରେ କ୍ୟାରିଅର କରୁଥିଲା ବେଳେ ୨୦୧୦ରେ ଆରଜେଡି ଲାଗି କ୍ୟାମ୍ପେନ୍ କରିବା ଆରମ୍ଭ କରିଥିଲେ ତେଜସ୍ୱୀ। ପ୍ରଚାରକୁ ଆଧୁନିକୀକରଣ ସହ ଲୋକଙ୍କ ପାଖରେ ପହଞ୍ଚିବାକୁ ଡିଜିଟାଲ ପ୍ରଚାରକୁ ଆପଣାଇଥିଲେ ତେଜସ୍ୱୀ। ୨୦୧୫ ବିହାର ବିଧାନସଭା ଆସନରେ ରାଘୋପୁର ଆସନରୁ ମହାଗଠବନ୍ଧନର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଆଉ ମହାମେଣ୍ଟ ସଂଖ୍ୟା ଗରିଷ୍ଠ ଆସନ ହାସଲ କରିଥିବା ବେଳେ ତେଜସ୍ୱୀଙ୍କ ସାଂଗଠନିକ ଢାଞ୍ଚା ଓ ଦଳକୁ ସଠିକ୍ ପରିଚାଳନା ପାଇଁ ପୁରଷ୍କୃତ କରାଯାଇଥିଲା। ବିହାରର ଉପ-ମୁଖ୍ୟମନ୍ତ୍ରୀ ହୋଇଥିଲେ ତେଜସ୍ୱୀ। ନୀତିଶଙ୍କ କ୍ୟାବିନେଟରେ ପୂର୍ତ୍ତ, ଜଙ୍ଗଲ ପରିବେଶ ଭଳି ଦୁଧିଆଳୀ ବିଭାଗ ବି ସମ୍ଭାଳିଥିଲେ ତେଜସ୍ୱୀ। କିନ୍ତୁ ୨୦୧୮ରେ ତେଜସ୍ୱୀଙ୍କ ପଛରେ ବିବାଦ ଗୋଡ଼ାଇଥିଲା। ତେଜସ୍ୱୀ ନିଜକୁ ଆରଜେଡିର ନେତା ବୋଲି ଘୋଷଣା କଲେ। ଯଦିଓ ଲାଲୁ-ରାବ୍ରୀଙ୍କର ଦଳ। ହେଲେ ସବୁରି ଆଗରେ ଥିଲେ ତେଜସ୍ୱୀ।

    ୨୦୨୦ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା। ବିହାର ବିଧାନସଭା ନିର୍ବାଚନରେ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କୁ ପ୍ରୋଜେକ୍ଟ କରାଯାଇଥିଲା। ମହାଗଠବନ୍ଧନ ଯଦିଓ ୧୧୦ ଆସନ ଅକ୍ତିଆର କରିଥିଲା। ଆଉ ଆରଜେଡି ଏକାକୀ ୭୫ ଆସନ ହାତେଇ ସବୁଠୁ ବଡ଼ ଦଲ ଭାବେ ଉଭା ହୋଇଥିଲା। ତା ସତ୍ତ୍ୱେ ସରକାର ଗଠନ କରିପାରିଲାନି। କାରଣ ସରକାର ଗଢ଼ିବାକୁ ହେଲେ ଆବଶ୍ୟକ ଥିଲା ମ୍ୟାଜିକ ନମ୍ୱର ୧୨୨। ସେଥିଲାଗି ତେଜସ୍ୱୀ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୧୭ରେ ତେଜସ୍ୱୀଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଥିଲା। ମନି ଲଣ୍ଡରିଂ ମାମଲାରେ ତେଜସ୍ୱୀ ଓ ତାଙ୍କ ପରିବାର ନାଁରେ ଇଡି ୨୦୦୪ରେ ରୁଜୁ କରିଥିବା ମାମଲା ଆଧାରରେ ଏହା ହୋଇଥିଲା। ଇଣ୍ଡିଆନ ରେଲଓ୍ୱେ କ୍ୟାଟରିଂ ଓ ପର୍ଯ୍ୟଟନ ନିଗମରେ ହୋଇଥିବା ଦୁର୍ନୀତିକୁ ନେଇ ସିବିଆଇ ସ୍କାନରକୁ ଆସିଥିଲେ ତେଜସ୍ୱୀ। ଆଉ ତେଜସ୍ୱୀ ବିବାଦରେ ଫସିଥିବା ଦେଖି ନୀତିଶ ଦୂରେଇଗଲେ।

    ଆଉ ବିଜେପି ସହ ମିଶି ନୂଆ ସରକାର ଗଢ଼ିଲେ। ମହାଗଠବନ୍ଧନର ହାତ ଛାଡ଼ିଦେଲେ। ଅବଶ୍ୟ ତେଜସ୍ୱୀ ଏହି ମାମଲାରୁ ବର୍ତ୍ତିଗଲେ। କାରଣ ସେ ଦିଲ୍ଲୀ ହାଇକୋର୍ଟରେ ଦର୍ଶାଇଥିଲେ କି, ତାଙ୍କୁ ଯେତେବେଳେ ୧୪ ବର୍ଷ ହୋଇଥିଲା, ନାବାଳକ ଥିଲେ, ସେତେବେଳେ ତାଙ୍କ ନାଁରେ ଏଭଳି ମାମଲା ହୋଇଛି। ଯାହା ବାବଦରେ ତାଙ୍କର କୌଣସି ଲେନଦେନ୍ ନଥିଲା। ଏବେ ନୀତିଶ ପୁଣି କଡ଼ ଲେଉଟାଇବାରୁ ବିହାର ରାଜନୀତିରେ ପୁଣି ଘମାସାନ। ତେଜସ୍ୱୀ ପୁଣିଥରେ ଉପ-ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ। ତେବେ ଇଫତାର ପାର୍ଟିରୁ କକା-ପୁତୁରା ପୁଣି ନିକଟତର ହେବା ଦୃଶ୍ୟପଟ୍ଟରୁ ଆଜି ଗୋଟିଏ ମଞ୍ଚରେ ବିହାରର ନେତୃତ୍ୱ ନେବାକୁ ଶପଥ ଗ୍ରହଣ କରିଛନ୍ତି। ବଡ଼ ପୁଅ ତେଜପ୍ରତାପଙ୍କ ବଦଳରେ ସାନ ପୁଅ ତେଜସ୍ୱୀ ହିଁ ଲାଲୁଙ୍କ ଲିଗାସି ସମ୍ଭାଳିପାରିବେ ବୋଲି ଲାଲୁ ଜାଣିଥିଲେ। ଯଦିଓ ୨୦୧୦ରେ ପ୍ରଚାର ଅଭିଯାନର ମଙ୍ଗ ଧରିଥିଲେ ତେଜସ୍ୱୀ ଆଉ ୨୪୩ ଆସନରୁ ମାତ୍ର ଆରଜେଡି ୨୨ଟି ଆସନରେ ହାମୁଡ଼େଇ ପଡ଼ିଥିଲା।

    କିନ୍ତୁ ୨୦୧୫ରୁ ନିଜର ନେତୃତ୍ୱ ଦେଖାଇବାରେ ପାରଙ୍ଗମ ହୋଇଥିଲେ ତେଜସ୍ୱୀ। ହିନ୍ଦୀ ହାର୍ଟଲ୍ୟାଣ୍ଡରେ ନୀତିଶଙ୍କ ଭଳି ଭେଟେରାନଙ୍କ ନୀତି ଓ କରାମତିକୁ ନେଇ ଯେତିକି ଚର୍ଚ୍ଚା ହୁଏ। ଠିକ୍ ଅନୁରୂପ ଭାବେ ତେଜସ୍ୱୀଙ୍କ ଭଳି ଯୁବ ଚେହେରା ଓ ଯୁବ ନେତୃତ୍ୱଙ୍କୁ ନେଇ ବି ସେତିକି ଚର୍ଚ୍ଚା ଜାରି। କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବର୍ଷିବା, ଆନ୍ଦୋଳନ କରିବା, ରୋଜଗାରକୁ ନେଇ ଶାଣିତ ଟିପ୍ପଣୀ ଓ ସରକାରଙ୍କ ଉପରେ ଚାପ ପକାଇବା ହେଉ ଅବା ଜାତିଭିତ୍ତିକ ଜନଗଣନା ପାଇଁ ଅଡ଼ି ବସିବା। ଅନେକ ଜନସ୍ୱାର୍ଥ ପ୍ରସଙ୍ଗରେ ତେଜସ୍ୱୀଙ୍କ ତେଜ୍ ଦେଖିସାରିଛି ବିହାର।

    • ପ୍ରଦୀପ ନାୟକଙ୍କ ରିପୋର୍ଟ
  • ବିହାରର ଆଇଆଇଟି ଗାଁ

    ସମସ୍ତଙ୍କର ଛୋଟ ବେଳୁ ଇଛା ପାଠ ପଢି ବଡ ମଣିଷ ହେବେ। କାହାର ଡାକ୍ତର, ଆଉ କାହାର ଇଞ୍ଚିନିୟର, ଆଉ କାହାକୁ ବୈଜ୍ଞାନିକ ଏବଂ କାହାକୁ ଶିକ୍ଷକତା କରିବାକୁ ଇଛା ଥାଏ। କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ଯେଉଁ ପିଲା ପରିଶ୍ରମ କରି ନିଜ ଦୃଢ ଇଛା ଶକ୍ତି ବଳରେ ପାଠ ପଢିଲା ସେ ଆଗକୁ ଗଲା ବୋଲି କୁହନ୍ତି। ଆଉ ତା ସହ ଗୁରୁ ଗୁରୁଜନ, ବାପା ମାଙ୍କ ଆର୍ଶୀବାଦ ମଧ୍ୟ ଦରକାର। ଏତିକିରେ ଛାତ୍ରଛାତ୍ରୀ ସପଳ ହୋଇ ନାଁ କରି ଗୌରବ ଆଣିଥାଏ। ହେଲେ ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ସବୁଘରର ପିଲା ଆଇଆଇଟିରେ ସଫଳତା ପାଇଛନ୍ତି। ବିହାରର ଗୟା ଜିଲ୍ଲାରେ ଥିବା ପଟବାଟୋଲି ଗାଁକୁ ଆଇଆଇଟିମାନଙ୍କ ଗାଁ ବୋଲି କୁହାଯାଏ।

    ପ୍ରତିବର୍ଷ ଅଧିକାଂଶ ପିଲା ଆଇଆଇଟି ପରୀକ୍ଷା ପାସ କରି ଦେଶର ଏହି ବୃହତ୍ତମ ଶିକ୍ଷା ପ୍ରତିଷ୍ଠାନରେ ପାଠ ପଢିବାର ସୁଯୋଗ ପାଇଥାନ୍ତି । ଏହାସହ ଏହି ଗାଁରେ ଲାଇବ୍ରେରୀ ମଧ୍ୟ ନିର୍ମାଣ ହୋଇଛି। ପିଲାମାନେ ମଧ୍ୟ ବିନା କୌଣସି କୋଚିଂରେ ଏହି ପରୀକ୍ଷା ପାସ କରୁଥିବା ଜଣାପଡିଛି। କିଛି ପିଲା ଉତ୍ତୀର୍ଣ୍ଣ ହେଉଥିବା ବେଳେ ଆଉ କିଛି ପିଲା ପାସ ହୋଇପାରନ୍ତିନାହିଁ। ସେପଟେ ଆଇଆଇଟି ପାସ କରିସାରିଲା ପରେ ପିଲାମାନଙ୍କୁ ଅନଲାଇନ କ୍ଲାସ କରି ପାଠପଢାରେ ସହଯୋଗ କରୁଛନ୍ତି। ଯାହା ଫଳରେ ପ୍ରତ୍ୟକ ବର୍ଷ ଏଠିକାର ପିଲା ଆଇଆଇଟିରେ ଭଲ ରେଜଲ୍ଟ କରୁଥିବା ଜଣାପଡିଛି।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
  • ନାବାଳିକାକୁ ଅପହରଣ ଓ ପରେ ୫୦୦ ଟଙ୍କାରେ ବିକ୍ରି

    ପ୍ରଥମେ ଜଣେ ନାବାଳିକାକୁ ଅପହରଣ ଓ ପରେ ୫୦୦ ଟଙ୍କାରେ ବିକ୍ରି। ଘଟଣାର ୧୬ ଦିନ ପରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ବିହାର ପାଟନାରେ ଏଭଳି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ୩ ବର୍ଷର ନାବାଳିକାକୁ ଅପହରଣ କରି ମାତ୍ର ୫ଶହ ଟଙ୍କାରେ ସେକ୍ସ ରାକେଟକୁ ବିକ୍ରି କରିଥିଲା ଭଡାଟିଆ। ହେଲେ ଅପହରଣର ୧୬ ଦିନ ପରେ ପୋଲିସ ସଫଳତାର ସହ ନାବାଳିକାକୁ ଉଦ୍ଧାର କରିଛି। ସେଦିନ ଥିଲା ଜୁନ ୨୨ ତାରିଖ। ପିରବାହୋର ପୋଲିସ ଷ୍ଟେସନ ଅଞ୍ଚଳରୁ ଲାଡୋ ନାମକ ୩ ବର୍ଷର ଝିଅ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲା। ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ଲାଡୋର କୌଣସି ଖୋଜଖବର ପାଇନଥିଲେ। ଭଡାଟିଆ ଶବୀର ଖାନ ଅପହରଣ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ଲାଡୋର ପରିବାରଲୋକେ। ଏହାପରେ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଥିଲା। ପୋଲିସ ଏହି ଅଞ୍ଚଳର ସିସିଟିଭି କ୍ୟାମେରା ଯାଞ୍ଚ କରି ଝିଅଟି ଶବୀର ଖାନ ସହ ଥିବା ଜାଣିବାକୁ ପାଇଥିଲା।
    ପୋଲିସ ଅଭିଯୁକ୍ତ ଶବୀର ଖାନକୁ ଗିରଫ କରି ପଚରାଉଚୁରା କରି ଜାଣିବାକୁ ପାଇଲା ଯେ, ଅଭିଯୁକ୍ତ ଜଣଙ୍କ ପାଟନା ଷ୍ଟେସନରେ ଭିକ ମାଗୁଥିବା ରୁକମନି ଦେବୀ ନାମକ ଜଣେ ମହିଳାଙ୍କୁ ମାତ୍ର ୫୦୦ ଟଙ୍କାରେ ବିକ୍ରି କରିଛି। ପରେ ପୋଲିସ ରୁକମନିକୁ ଗିରଫ କରିବା ସହ ଜାଣିବାକୁ ପାଇଲା ଯେ ରେଖା ନାମକ ଜଣେ ମହିଳା ପାଖରେ ସେହି ଝିଅ ଅଛି। ହେଲେ ରେଖାର ଠିକଣା ଜାଣିନଥିବା ପୋଲିସକୁ କହିଥିଲା ରୁକମନି।
    ପରେ ପାଟଣା ଲାଲଜିଟୋଲା ସ୍ଥିତ ଏକ ଘରୁ ଝିଅଟିର କାନ୍ଦ ଶୁଣାଯାଇଥିଲା। ଏଠାରେ ସେକ୍ସ ରାକେଟ ଚାଲିଥିବା ସାମାଜିକ କର୍ମୀଙ୍କ ସହ ସ୍ଥାନୀୟଲୋକମାନେ ଜାଣିବାକୁ ପାଇଥିଲେ। ସେମାନେ ସେଠାକୁ ଗ୍ରାହକ ବେଶରେ ଯାଇ ନାବାଳିକାକୁ ଦେଖି ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝିଅଟିକୁ ଉଦ୍ଧାର କରିବା ସହ ଶବୀର ଖାନ, ରୁକମନି ଦେବୀ ଏବଂ ରେଖା ଦେବୀଙ୍କୁ ଗିରଫ କରିଛି। ତେବେ ଝିଅକୁ ନେଇ ସେମାନେ କଣ କରିଥାନ୍ତେ ଏବଂ ସେକ୍ସ ରାକେଟର ଚେର କେଉଁଠିକି ଲମ୍ୱିଛି ତାହାର ଖୋଳତାଡ ଜାରି ରଖିଥିବା ପାଟନାର ଏସଏସପି ମାନବଜୀତ ସିଂହ କହିଛନ୍ତି।

    • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ
  • ବେଆଇନ ଘର ଭାଙ୍ଗିବାକୁ ଯାଇ ପୋଲିସ ଆକ୍ରମଣର ଶିକାର

    ପାଟଣା: ବେଆଇନ ଘର ଭାଙ୍ଗିବାକୁ ଯାଇଥିବା ପୋଲିସ ଉପରେ ଆକ୍ରମଣ । ବିହାରର  ପାଟଣାରେ ବେଆଇନ ଘର ଭାଙ୍ଗିବାକୁ ଯାଇଥିବା ପୋଲିସ ଉପରେ ଆକ୍ରମଣ ହୋଇଛି। ଏଥିରେ କିଛି ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଖାଲି ପୋଲିସ କର୍ମଚାରୀ ନୁହଁନ୍ତି ସିଟି ଏସ୍‌ପି ଅମରୀଶ ଲାଲ୍ ମଧ୍ୟ ଆକ୍ରମଣରେ  ଆହତ ହୋଇଛନ୍ତି । ପୋଲିସ ରାଜୀବ ନଗରେ ବେଆଇନ କବଜା କରାଯାଇଥିବାରୁ ଏହାକୁ ହଟାଇବା ପାଇଁ ଯାଇଥିଲା । ଏହି କାର୍ଯ୍ୟରେ ୧୭ଟି ଜେସିବି ଓ  ୨୦୦୦ ରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

    ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ବେ ପୋଲିସ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଥିଲା । ରାଜୀବନ ନଗର ଥାନା ଅଞ୍ଚଳରେ ନେପାଳୀ ନଗରରେ ୭୦ଟି ଘର ଧ୍ବସଂ କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟ୍ୟରେ ଉତ୍ତେଜନା ଦେଖାଦେଲା। ପୋଲିସ ମୁତାବକ ଘର ଭାଙ୍ଗିବା ସମୟରେ ଲୋକ ମାନେ ନିଜ ନିଜ ଘର ଛାତ ଉପରେ ଥାଇ ଟେକା ପଥର ମାଡ କରିଦେଲେ । ଏଥିରେ ଅନେକ ପୋଲିସ କର୍ମଚୀର ଆହତ ହୋଇଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଥିଲା । ଏହାକୁ ନେଇ ନେପାଳୀ ନଗରରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଛି ।

    ଅତିରିକ୍ତ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ପାଟନା ଜିଲ୍ଲାପାଳ ଚନ୍ଦ୍ରଶେଖର କହିଛନ୍ତି ଘରଭଙ୍ଗା କାର୍ଯ୍ୟ ଜାରି ରହିବ । କୌଣସି ପରିସ୍ଥିତିରେ ଲୋକମାନଙ୍କୁ ସରକାରୀ ଜମି କବଜା କରିବାକୁ ଦିଆଯିବ ନାହିଁ । ଜିଲ୍ଲପାଳଙ୍କ ସୂଚନା ଅନୁସାରେ ଲୋକ ମାନଙ୍କ ଆକ୍ରମଣରେ ଦୁଇ ଜଣ ଯବାନ ଓ ସିଟି ଏସ୍‌ପି ଆହତ ହୋଇଛନ୍ତି । ୧୨ ଜଣ ଆକ୍ରମଣକାରୀଙ୍କୁ ପୋଲିସ୍ ଗିରଫ  କରିଛି ।  ସିସିଟିବି ଫୁଟେଜରୁ ଅନ୍ୟ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇଛି । ବର୍ତ୍ତମାନ ସ୍ଥିତି ପୋଲିସର ନିୟନ୍ତ୍ରଣାଧୀନ ରହିବା କଥା ଜିଲ୍ଲାପାଳ କହିଛନ୍ତି । ସରକାରୀ ଜମିରେ ବେଆଇନ ନିର୍ମାଣ ଭାଙ୍ଗିବା ସମ୍ପର୍କିତ ନୋଟିସ୍ ଲୋକ ମାନଙ୍କୁ ପୂର୍ବରୁ ଦିଆଯାଇଥିବା କଥା କହିଛନ୍ତି । ଅନ୍ୟ ପକ୍ଷରେ ଲୋକ ମାନେ କହିଛନ୍ତି ପ୍ରତି ମାସରେ ନଗର ନିଗମକୁ ଟିକସ ଦେଉଛୁ । ତେବେ ଆମ ଘର ବେଆଇନ ହେଲା କିପରି ।

     ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ

  • ଦେବଦୁତ ସାଜି ପୁଣି ଚର୍ଚ୍ଚା ରେ ସୋନୁ…

    ସୋନୁ ସୁଦ୍ କହିଲେ କିଏ ବା ନ ଜାଣେ । ସୋନୁ ସୁଦ୍ ନାଁ ହିଁ ଯଥେଷ୍ଟ । ଜାଣିଲେ ଆଶ୍ଟର୍ଯ୍ୟ ହେବେ । ସେଲିବ୍ରିଟି ଭାବରେ ସାରା ଦେଶରେ ତାଙ୍କର ପରିଚୟ ରହିଛି । ସ୍ରେଲିବ୍ରିଟି ଭାବରେ ସାରା ଦେଶରେ ପରିଚୟ ସୃଷ୍ଟି କରିସାରିବା ପରେ ତାଙ୍କର ଅସଲ ଚେହେରା ଦେଖିବାକୁ ମିଳିଥିଲା । କରୋନା ସମୟରେ ହେଉ ବା ଦେଶର ଯେ କୌଣସି ସ୍ଥାନରେ କେହି ଅସୁବିଧା ର ଖବର ତାଙ୍କ ପାଖରେ ପହଞ୍ଚିବା ହେଉ । ଘଟଣା ସ୍ଥଳରେ ନିଜେ ପହଞ୍ଚନ୍ତି ନଚେତ ତାଙ୍କ ସାହାର୍ଯ୍ୟ ପହଞ୍ଚେ । ଦେଶ ବିଦେଶରେ ଏବେ ଚର୍ଚ୍ଚାରେ ସୋନୁ ସୁଦ୍ ।

    ସାହାର୍ଯ୍ୟ ଶଦ୍ଦ ର ଉଦାହରଣ ସୋନୁ ସୁଦ୍ କହିଲେ ଭୁଲ ହେବନି । ଗୋଟିଏ ଛୋଟ ଝିଅ କୁ ସାହାର୍ଯ୍ୟ କରି ଦେଶ ବିଦେଶରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ସୋନୁ ସୁଦ୍ । ଛୋଟ ଝିଅ ର ଜନ୍ମ ସମୟରେ ୪ ଟି ହାତ ଓ ୪ ଟି ଗୋଡ ଦେଖିବାକୁ ମିଳିଲା ।ଏହା ଦେଖିବା ପରେ ପରିବାର ଲୋକ ଛୁଆ ଜନ୍ମ ହୋଇଥିବା ଖୁସି ହେବା ପରିବର୍ତ୍ତେ ଦୁଖଃ ରେ ଭାଙ୍ଗି ପଡିଲେ । ଝିଅ ର ନାଁ ଚାଓମୁଖୀ କୁମାରୀ ତାର ଘର ବିହାର ରେ ।

    ବିନା ଅପରେସନରେ ଝିଅ ର ସ୍ବାଭାବିକ ଅବସ୍ଥଆ ଫେରିବା ଅସମ୍ଭବ ବୋଲି ଜଣାପଡିଲା । ଏଥିୁଇଁ ସର୍ଜରୀ ର ଦରକାର । ସର୍ଜରୀ ପାଇଁ ଦରକାର ଅର୍ଥ । ଝିଅ ର ଏ ଅବସ୍ଥା ସାଙ୍ଗକୁ ଅର୍ଥ ଚିନ୍ତା ପରିବାର ପାଇଁ ବୋଝ ଉପରେନଳିତ ବିଡା ସଦୃଶ ହେଲା । ଫିଲ୍ମ ରେ ଅସମ୍ଭବ ସମ୍ଭବ ହେବା ଭଳି ଦେବଦୁତ ସାଜି ପହଞ୍ଚିଲେ ସୋନୁ ସୁଦ୍ । ପରିବାର ଚିନ୍ତା ଗଲା ଚାଓମୁଖୀ ର ଅପରେସନ ବି ହେଲା ।

    ଚାଓମୁଖୀ ର ଫଟୋ କୁ ସୋନୁ ସୁଦ୍ ତାଙ୍କର ସୋସିଆଲ ମିଡିଆ ପେଜ ରେ ସେୟ୍ରା କରିଛନ୍ତି । ସେୟାର ମଧ୍ୟ୍ୟରେ ତିନୋଟ ଫଠ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଅପରେସନ ପରେ ଛୋଟ ଝିଅ କୁ ସୋନୁ ସଦ୍ ଚକୋଲେଟ ଦେଉଥିବା ଫଟୋ । ଅନ୍ୟ ଦୁଠି ଚିତ୍କିସା ପୁର୍ବ ରୁ ଝିଅ ସ୍ବାସ୍ଥ୍ୟବସ୍ଥା ଚିତ୍ର , ଓ ହସପିଟାଲରେ ଚିତ୍କିସାଧୀନ ଅବସ୍ଥାର ଚିତ୍ର ଦେଖିବାକୁ ମିଳୁଛି ।

    ସଫଳ ଅସ୍ତ୍ରୋପ୍ରଚାର ପରେ ଚାଓମୁଖୀ ଏବେ ଘରକୁ ଫେରିବ । ତାଙ୍କ ପରିବାର ପାଇଁ ସୋନୁ ସୁଦ୍ ଜୀବନ୍ତ ଭଗବାୱ କହିଲେ ଭୁଲ ହେବ ନାହିଁ । ସୋସିଆଲ ନିଡିଆରେ ସୋନୁ ଙ୍କୁ ପ୍ରଶଂସା ର ସୁଅ ଛୁଟିଛି । ବିଶ୍ବର ର ସବୁଠାରୁ ଭଲ ମଷିଷ ବୋଲି କୁହାଯାଇଛି ।ବଲିଉଡ୍ ସେଲିବ୍ରିଟି ମାନେ ମଧ୍ୟ୍ୟ ସୋନୁ ସୁଦ୍ ଙ୍କୁ ପ୍ରଶଂସା କିରବା ପାଇଁ ପଞାଇ ନାହାନ୍ତି ।

    • ସ୍ମରିଜିତ ଆର୍ଯ୍ୟ ଙ୍କ ରିପୋର୍ଟ
Back to top button