NMA has approved the conservation plan of the unit. The temple of Ekmar area is of importance. All these need conservation

  • ଏକାମ୍ର ସଂରକ୍ଷଣ ଯୋଜନାକୁ ସ୍ୱୀକୃତି

    ଭୁବନେଶ୍ୱର: ଏକାମ୍ର ସଂରକ୍ଷଣ ଯୋଜନାକୁ NMA ସ୍ୱୀକୃତି ଦେଇଛନ୍ତି l ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଠା, ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ, ମୁଖ୍ୟ ଶାସନ ସଚିବ, 5T ସଚିବ, ସାଂସଦ ସସ୍ମିତ ପତ୍ର ଓ ଭର୍ତ୍ତୃହାରୀ ମହତାବଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ପର୍ଯ୍ୟଟନ ବିଭାଗ ପକ୍ଷରୁ ଯେଉଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଆମେ ସେବାୟତ ଭାବେ ଓ ସ୍ଥାନୀୟ ବିଧାୟକ ଭାବେ NMAକୁ ଧନ୍ୟବାଦ ଜଣାଉଛି। NMA ଏହାର ଗୁରୁତ୍ୱ ଉପଲବ୍ଧି କରି ମଞ୍ଜୁରୀ ଦେଇଛନ୍ତି। ଏକାମ୍ର କ୍ଷେତ୍ରର ମନ୍ଦିର ଗୁରୁତ୍ୱ ବହନ କରୁଛି। ଏ ସବୁର ସଂରକ୍ଷଣ ଓ ପାରିପାର୍ଶ୍ଵିକ ଉନ୍ନତି ଦରକାର। ଏହା ଆମ ପାଇଁ ଗର୍ବର ବିଷୟ। ଏହାଦ୍ୱାରା ଭକ୍ତ ସୁବିଧା ପାଇପାରିବେ। ମୁଁ ଭାବୁଛି ଏବେ କେନ୍ଦ୍ର ସରକାର ଶ୍ରୀଲିଙ୍ଗରାଜ ସ୍ୱତନ୍ତ୍ର ଆଇନକୁ ବି ମଞ୍ଜୁରୀ ଦେବେ ବୋଲି କହିଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

Back to top button