ବନ୍ୟାରେ ଫସିଲା ଜିଲ୍ଲାପାଳଙ୍କ ଗାଡି

Spread the love

ଦେଶରେ ଲଗାଣ ବର୍ଷା ଜାରି ରହିଛି। ବିଭିନ୍ନ ରାଜ୍ୟରେ ବର୍ଷା ହେତୁ ବନ୍ୟା ପରିସ୍ଥିତି ଉପୁଜିଛି। ଏନେଇ ଲୋକମାନେ ହନ୍ତସନ୍ତ ହେଉଥିବା ବେଳେ ଅନେକ ଲୋକ ମଧ୍ୟ ପ୍ରାଣ ହରାଇ ସାରିଲେଣି। ମହାରାଷ୍ଟ୍ର, ଆସାମ, ଗୁଜୁରାଟ ଠାରୁ ଆରମ୍ଭ କରି ରାଜସ୍ଥାନ ଯାଏଁ ବର୍ଷା ଲାଗି ରହିଛି। ତେବେ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଗତ ୪୮ ଘଣ୍ଟା ଧରି ବର୍ଷା ଲାଗି ରହିବା ଯାଗୁଁ ସ୍କୁଲ, କଲେଜ ବନ୍ଦ ରହିଛି। ଅନେକ ଲୋକ ଜଳବନ୍ଦୀ ଘେରରେ ରହିଛନ୍ତି। ସେପଟେ ବନ୍ୟା ସ୍ଥିତି ସମୀକ୍ଷା କରିବାକୁ ଯଆଇଥିବା ଜିଲ୍ଲାପାଳ ନିଜେ ଫସିଯାଇଥିଲେ, ଯାହାର ଭିଡିଓ ଏବେ ଭାଇରାଲ ହେଉଛି।

ସହରର ବିଭିନ୍ନ ପ୍ରାନ୍ତରେ ଅଣଓସାରିଆ ବସ୍ତିରେ ଫସି ରହିଥିବା ଲୋକଙ୍କ ବିଷୟରେ ସୂଚନା ପାଇବା ପରେ ଜିଲ୍ଲାପାଳ ବୋଲେରୋରେ ଏକ ବ୍ରିଜତଳ ଦେଇଯାଉଥିଲେ। ତେବେ ଅଣ୍ଡର ବ୍ରିଜ ତଳେ ଅଧା ପାଣିରେ ବୋଲେରୋଟି ବୁଡି ଯାଇଥିଲା। ତେବେ ବୋଲେରୋଟି ଅଧା ବୁଡିଥିବାର ଦେଖି ସ୍ଥାନୀୟ ଲୋକେ ଗାଡି ପାଖକୁ ଧାଇଁ ଆସି ସାହାର୍ଯ୍ୟ କରିଥିଲେ। ଲୋକମାନେ ଗାଡିଟିକୁ ପଛକୁ ଠେଲି ଠେଲି ପାଣି ଭିତରୁ ବାହାର କରିଥିଲେ। ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଶୁଭଲକ୍ଷ୍ମା ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *