ପୁରୀ: ପୁରୀକୁ ଐତିହ୍ୟ ନଗରୀ କରିବାପାଇଁ ଚାଲିଛି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ । ସେପଟେ ଶ୍ରୀମନ୍ଦିର ସେଵାୟତ ପିଲାଙ୍କ ଶିକ୍ଷା ପାଇଁ ଆଦର୍ଶ ଗୁରୁକୁଳ ପ୍ରକଳ୍ପ ହେବାକୁ ଯାଉଥିବା ହେଲେ ଏଥିରେ ଏବେ କେଁ ପଶିଛି । ବିନା ନୋଟିସ ଓ ବିନା ଥଇଥାନରେ ଉଛେଦ ପାଇଁ ଆଶା ଓ ଆଶଙ୍କା କରି ଜିଲ୍ଲାପାଳ ଅଫିସ ଘେରିଛନ୍ତି ପ୍ରକଳ୍ପ ହେବାକୁ ଥିବା ଜମିରେ ବସବାସ କରୁଥିବା ପ୍ରଜା ।
ମାଟିତୋଟାବାସୀ ବନାମ ଆଦର୍ଶ ଗୁରୁକୁଳ।ଗୋଟିଏ ପଟେ ଶ୍ରୀମନ୍ଦିର ସେଵାୟତ ପିଲାଙ୍କ ଶିକ୍ଷା ପାଇଁ ଆଦର୍ଶ ଗୁରୁକୁଳ ପ୍ରକଳ୍ପକୁ ନେଇ ସରକାର ବାହାବା ସାଉଣ୍ଟୁଥିବା ବେଳେ ଅନ୍ୟପଟେ ସ୍ଥାୟୀ ପଟା ପାଇନଥିବା ମାଟିତୋଟାବାସୀଙ୍କ ପାଇଁ ବଢ଼ିଛି ଅଡ଼ୁଆ। ଶତାଧିକ ବ୍ୟବସାୟୀ ଙ୍କ ସମେତ ପ୍ରାୟ ୫୦୦ରୁ ଉର୍ଦ୍ଧ୍ଵ ମାଟିତୋଟାବାସୀ ଓ ତାଙ୍କ ପରିବାରଙ୍କ ଭବିଷ୍ୟତ ପାଇଁ ଆଶଙ୍କା ସୃଷ୍ଟି କରିଛି ଶ୍ରୀଜଗନ୍ନାଥ ଗୁରୁକୁଳ ପ୍ରକଳ୍ପ। ଏହି ପ୍ରକଳ୍ପ ହେବା ଦ୍ବାରା କ୍ଷତିଗ୍ରସ୍ତ ହେବେ ଅନେକ ପ୍ରଜା । ।ପୁନର୍ବାସ ଓ ପୁନଃସ୍ଥାପନ ନୀତି ଲାଗୁନକରି ଉଛେଦ ହେବାର ଆଶଙ୍କା କୁ ନେଇ ଏବେ ଦାନା ବାନ୍ଧିଲାଣି ଜନ ଅସନ୍ତୋଷ।
ସେପଟେ ମାଟିତୋଟା ଅଞ୍ଚଳରେ ୧୯.୩୮ ଏକର ପରିମିତ ଜମି ଉପରେ ଶ୍ରୀମନ୍ଦିର ସେଵାୟତ ପିଲାଙ୍କ ଶିକ୍ଷା ପାଇଁ ଆଦର୍ଶ ଗୁରୁକୂଳ ନିର୍ମାଣହେବା ନେଇ ବିର୍ଲା ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି। । ଜଗନ୍ନାଥ ଜମି,ମ୍ୟୁନିସିପାଲିଟି ଲିଜ ଜମି,ମଠ ଜମିରେ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ପ୍ରଜାସ୍ୱତ୍ୱ ମାନି ପଟା ଦିଆଯାଉ ନ ଥିବାରୁ ପୂର୍ବରୁ ରହିଛି ଅସନ୍ତୋଷ ।ତେଣୁ ଥଇଥାନ ନମିଳିଲେ ଆଗକୁ ପ୍ରକଳ୍ପ କରାଇ ଦିଆଯିବ ନାହିଁ ବୋଲି କହିଛି ମଞ୍ଚ। ବିସ୍ଥାପିତ ହେବାକୁ ଥିବା ଶହ ଶହ ମାଟିତୋଟାବାସୀ ଜିଲ୍ଲାପାଳଙ୍କୁ ଭେଟି ଏନେଇ ଦାବିପତ୍ର ଦେବାସହ କ୍ଷତିପୂରଣ ଓ ଥଇଥାନ ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି।ଅନ୍ୟପଟେ ଥଇଥାନ ପାଇଁ ଖୁବଶୀଘ୍ର ସର୍ଭେ ହୋଇ ସମାଧାନ କରାଯିବ ବୋଲି ଅଂଚଳବାସୀଙ୍କୁ ଆଶ୍ୱସ୍ଥ କରିଛନ୍ତି ଜିଲ୍ଲାପାଳ ।
ସେବାୟତ ପିଲାଙ୍କ ପାଇଁ ଗୁରୁକୂଳ କରି ପ୍ରଶଂସା ସାଉଁଟିଥିବା ସରକାର କେବେ ମାରିତୋଟା ବାସୀ ଙ୍କ ପରିବାର ଓ ପିଲାଙ୍କ ପାଇଁ ପଥ ପରିଷ୍କାର କରିବେ ,ତାହା ଦେଖିବାକୁ ବାକି ।
ସମ୍ବିତ ମିଶ୍ରଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now