ମାନବ ସେବା ଅଭାବୀ ଦୁଇ ଯୁବକଙ୍କ ବ୍ରତ

Spread the love

ନୟାଗଡ:  ମାନବ ସେବା ହିଁ ମାଧବ ସେବା l ଏହି ଉକ୍ତିକୁ ସଠିକ ରୂପେ ତୁଲାଇଛନ୍ତି ନୟାଗଡ ସହରର ଦୁଇ ଯୁବକ l ଜଣେ ନୟାଗଡ ମୁଖ୍ୟ ଚିକିତ୍ସାଳୟର ସିକ୍ୟୁରିଟି ଗାର୍ଡ  ଆଉ ଅନ୍ୟ ଜଣେ ଇଲେକ୍ଟ୍ରି ମେକାନିକ l ଉଭୟ ରୋଗୀ ସେବାକୁ  ଜୀବନର ବ୍ରତ ଭାବେ  ଗ୍ରହଣ କରିନେଇଛନ୍ତି।

ନୟାଗଡର ଉମାକାନ୍ତ ମହାପାତ୍ର ଆଉ ବିଭୂତି ପଟ୍ଟନାୟକ । ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ଯେ କେହି ନିରାଶ୍ରୟ ବ୍ୟକ୍ତି ଆସନ୍ତି , ସେମାନେ ଆଗେ ଏହି ଦୁଇ ବ୍ୟକ୍ତିଙ୍କୁ ଖୋଜନ୍ତି । କାରଣ ଉମାକାନ୍ତ ଏବଂ ବିଭୁତି ରୋଗୀ ସେବାକୁ ନିଜ ଜୀବନର ବ୍ରତ ଭାବେ  ଗ୍ରହଣ କରିଛନ୍ତି। ରୋଗୀକୁ ଆପଣାର ମଣିଷ ଭଳି ବ୍ୟବହାର କରନ୍ତି l କାହାକୁ ଔଷଧ ଖୁଆଇ ଦିଅନ୍ତି, ତ କାହାକୁ ଗାଧୋଇ ଦିଅନ୍ତି । ନିଜ ହାତରେ ରୋଗୀ ମାନଙ୍କ ଚୁଟି କାଟି ଦିଅନ୍ତି ଏମିତିକି ଭୋକ ହେଲେ ଖୁଆଇ ଦିଅନ୍ତି । ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କ  ସହିତ ମିଶି ରୋଗୀ ସେବା କରନ୍ତି । ଏପରିକି  ରକ୍ତ ଦାନ ଠାରୁ ଆରମ୍ଭ କରି ଶବ ଦାହ ପର୍ଯ୍ୟନ୍ତ ସବୁକିଛି ଏମାନେ କରନ୍ତି।

ଅଭାବ ଅନଟନରେ ଚଳନ୍ତି ଏହି ଦୁଇ ଯୁବକ l ଉମାକାନ୍ତ ସିକୁରୁଟି ଗାର୍ଡ କାମ  କରୁଥିବା ବେଳେ  ବିଭୁତି ଜଣେ ଇଲେକ୍ଟ୍ରି ମେକାନିକ l ଯାହା ରୋଜଗାର କରନ୍ତି ସେଥିରେ କଷ୍ଟେମଷ୍ଟେ ନିଜ ପରିବାର ପ୍ରତିପୋଷଣ କରନ୍ତି l ଆଉ କିଛି ବଳକା ଅର୍ଥକୁ ରୋଗୀଙ୍କ ସେବାରେ ବିନିଯୋଗ କରନ୍ତି l

Leave a Reply

Your email address will not be published. Required fields are marked *