୨୨ତମ ନିମାପଡା ମହୋତ୍ସବ

Spread the love

ନିମାପଡା: ଶୀତୁଆ ସନ୍ଧ୍ୟାର ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି ୨୨ତମ ନିମାପଡା ମହୋତ୍ସବ. ଦୁଇ ବର୍ଷ କରୋନା ଯୋଗୁଁ ନିମାପଡା ମହୋତ୍ସବ ବନ୍ଦ ଥିବା ବେଳେ ଏ ବର୍ଷ ଧୁମ ଧାମରେ ମହୋତ୍ସବ ପାଳନ କରା ଯାଉଛି ।

ଶୀତୁଆ ସନ୍ଧ୍ୟାରେ ଆରମ୍ଭ ହୋଇଛି ୨୨ ତମ ନିମାପଡା ମହୋତ୍ସବ । ଦୁଇ ବର୍ଷ କରୋନା କଟକଣା ପରେ ଚଳିତ ବର୍ଷ ବେସ ଧୁମ ଧାମରେ ମହୋତ୍ସବ ଧୁମ ଧାମରେ ପାଳନ କରାଯାଉଛି । ନିମାପଡା ହେଲ୍ପ ଲାଇନ ପକ୍ଷରୁ ଆୟୋଜିତ ନିମାପଡା ମହୋତ୍ସବ ୨୨ ତମ ବର୍ଷରେ ପଦାପ୍ରଣ କରିଛି । ନିମାପଡାର ଏତିହ୍ୟ ପରମ୍ପରା ଲୋକନୃତ୍ୟ ଆଦିକୁ ବଞ୍ଚାଇ ରଖିବାର ପ୍ରୟାସ ହେଉଛି ନିମାପଡା ମହୋତ୍ସବ । ଏହି ମହୋତ୍ସବରେ ବହାର ରାଜ୍ୟରୁ ବହୁ କଳା କାର ମାନେ ଯୋଗ ଦେଇ ଥାନ୍ତି । କୋଲକାତା, ଦିଲ୍ଲୀରୁ ଓଡିଶୀ ନୃତ୍ୟଶିଳ୍ପୀ ମାନେ ଆସି ନିଜ କଳା ପ୍ରଦର୍ଶନ କରୁଛନ୍ତି।

ତେବେ ଏହି ଅବସରରେ ଓଡିଶୀ , ଭାରତନାଟ୍ୟମ,ବ୍ୟତୀତ ଗୋଟିପୁଅ ନୃତ୍ୟ, ପାଇକ ଖେଳ, ପାଲା ଦାସକାଠିଆ ପ୍ରଭୁତି ଗ୍ରାମୀଣ ଲୋକ କଳା ପରିବେଷଣ କରିଥିଲେ କଳାକାର ମାନେ । ହଜି ଯାଇଥିବା ଲୋକ କଳାର କଳାକାର ମାନଙ୍କର ପରିବେଷଣ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରି ଥିବା ବେଳେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଗ୍ରାମ୍ୟଶ୍ରୀ ମେଳା ଏବଂ ସ୍ଥାନୀୟ ବାରବାଟୀ ପଡିଆରେ ପଡ଼ିଥିବା ମିନାବଜାର ବେଶ ଆକର୍ଷଣୀୟ ହୋଇଛି । ଏହା ସହ  ବିଭିନ୍ନ ପ୍ରକାର ଦୋଳିର ମଜା ନେଉଛନ୍ତି ଦର୍ଶକ ।

ନିମାପଡାର କଳା ଏତିହ୍ୟ ପରମ୍ପରାକୁ ବଞ୍ଚାଇ ରଖିବାର ପ୍ରୟାସ ହେଉଛି ନିମାପଡାମହୋତ୍ସବ. ଯାହାକି ଏବେ ନିମାପଡାର ଗଣପର୍ବରେ ପରିଣତ ହୋଇଛି ।

Leave a Reply

Your email address will not be published. Required fields are marked *