ହିଜାବ ବ୍ୟାନ ପରେ ୧୭ହଜାର ଛାତ୍ରୀ ସ୍କୁଲ ଛାଡିଛନ୍ତି

Spread the love

ନୂଆଦିଲ୍ଲୀ: ହିଜାବ ବ୍ୟାନ ମାମଲାରେ ଶୁଣାଣି କାଳରେ ଯାଚିକାକର୍ତ୍ତାଙ୍କୁ ପ୍ରଶ୍ନ କରାଯାଇଥିଲା କି, କଣ ହିଜାବ ବ୍ୟାନ  ନିଷ୍ପତ୍ତି କାରଣରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାନୁଷ୍ଠାନ ଛାଡିଥିବାର କୌଣସି ବାସ୍ତବ ତଥ୍ୟ ରହିଛି। ଯାଚିକାକର୍ତ୍ତାଙ୍କ ପକ୍ଷରୁ ତାଙ୍କ ଓକିଲ ହୁଜୈଫା କୋର୍ଟରେ କହିଥିଲେ କି, କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ପରେ ବହୁ ଛାତ୍ରଛାତ୍ରୀ ସ୍କୁଲ ଛାଡି ଦେଇଛନ୍ତି।  ୧୭ ହଜାର ପିଲା ପରୀକ୍ଷା ଦେଇ ନ ଥିବାର ଏକ ତାଲିକା ମୋ ପାଖରେ ରହିଛି।

ଏହା ପରେ ଓକିଲ ଆହୁରି କହିଥିଲେ କି,  ସରକାରୀ ଆଦେଶର ପ୍ରଭାବ ପଡିଛି ଓ ପଡିବ। ବହୁ ପରିବାର ସେମାନଙ୍କ ଝିଅଙ୍କୁ ସ୍କୁଲକୁ ଛାଡିବାକୁ ରାଜି ହେଉନାହାନ୍ତି। ପୂର୍ବରୁ ସ୍କୁଲକୁ ଯାଉଥିଲେ, ସେଠାରେ ଧର୍ମ ନିରପେକ୍ଷତାର କଥା ଶିକ୍ଷା କରୁଥିଲେ। କିନ୍ତୁ ଏହି ଆଦେଶ ଫଳରେ ଝିଅମାନେ ମାଦ୍ରାସା ମୁହାଁ ହେବେ। ସେ ଆହୁରି କହିଛନ୍ତି କି, ଧର୍ମୀୟ ସଂସ୍କାର କିପରି ଧର୍ମନିରପେକ୍ଷ ଶିକ୍ଷା ବା ଏକତାରେ ବାଧା ସୃଷ୍ଟି କରେ? କିପରି ହିଜାବ ପିନ୍ଧିଲେ ଅନ୍ୟ ପିଲା ପ୍ରଭାବିତ ହେଉଛନ୍ତି? ବୋଲି ସେ କୋର୍ଟରେ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *