ନାଳନ୍ଦା ନିକଟରୁ ୧୨ଶହ ବର୍ଷ ପୁରୁଣା ଦୁଇ ପଥର ମୂର୍ତ୍ତି ଉଦ୍ଧାର

Spread the love

ପାଟନା: ନାଳନ୍ଦା ନିକଟବର୍ତ୍ତୀ  ଏକ ପୋଖରୀରୁ ମିଳିଛି ୧୨ଶହ ବର୍ଷ ପୁରୁଣା ପଥରର ମୂର୍ତ୍ତି। ପୋଖରୀର ପୁନରୁଦ୍ଧାର ସମୟରେ ସ୍ଥାନୀୟ ଲୋକଙ୍କୁ ଦୁଇଟି ପୁରୁଣା ପଥର ମୂର୍ତ୍ତି ମିଳିଥିବା ସୂଚନା ଦେଇଛନ୍ତି ଭାରତୀୟ ପୁରାତତ୍ବ ସର୍ବେକ୍ଷଣ ଅଧିକାରୀ।

ସୂଚନା ଅନୁଯାୟୀ, ନାଳନ୍ଦା ନିକଟବର୍ତ୍ତୀ ସାର୍ଲିଚାକ ଗାଁ ନିକଟ ତାର୍ସିନ୍ହ ପୋଖରୀରୁ ଏହି ଦୁଇ ପୁରାତନ ମୂର୍ତ୍ତି ଚଳିତ ସପ୍ତାହର ପ୍ରାରମ୍ଭରେ ଉଦ୍ଧାର କରାଯାଇଥିଲା। ବିଶ୍ବ ଐତିହ୍ୟ ନାଳନ୍ଦା ଠାରୁ ୮୮ କିଲୋମିଟର ଦୂରେ ଥିବା ସାର୍ଲିଚାକ ଗାଁ ପୋଖରୀକୁ ବିହାର ସରକାରର ଜଳ ଜୀବନ ହରିୟାଲି ଯୋଜନାରେ ପୁନରୁଦ୍ଧାର କରିବା ବେଳେ ମୂର୍ତ୍ତି ମିଳିଛି। ମୂର୍ତ୍ତି ମିଳିବା ପରେ ସ୍‌ଥାନୀୟ ଲୋକେ ସେସବୁକୁ ଏକ ମନ୍ଦିର କରି ପୂଜା କରିବାକୁ ଯୋଜନା କରିଥିଲେ। କିନ୍ତୁ ଏସମ୍ପର୍କରେ ସୂଚନା ମିଳିବା ପରେ ଏଏସଆଇ ଅଧିକାରୀ ସ୍ଥାନୀୟ ପୁଲିସକୁ ଜଣାଇଥିଲେ। ପୁଲିସ ସେସବୁ ଉଦ୍ଧାର କରିଥିଲା। ପରୀକ୍ଷା ପରେ ସେହି ଦୁଇ ପଥର ମୂର୍ତ୍ତି ୧୨ଶହ ବର୍ଷ ପୁରୁଣା ଥିବା ଜଣାପଡିଥିବା ଏଏସଆଇ ଅଧିକାରୀ ଗୌତମୀ ଭଟ୍ଟାଚାର୍ଯ୍ୟ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, ଆମେ ସେସବୁକୁ ନାଳନ୍ଦା ମ୍ୟୁଜିୟମରେ ସ୍ଥାପନ କରିବାକୁ ଚାହିଁଛୁ। ତେଣୁ ରାଜ୍ୟ ସରକାରକୁ ତୁରନ୍ତ ସେସବୁକୁ  ଇଣ୍ଡିଆନ ଟ୍ରେଜେର ଟ୍ରୋଭ ଆକ୍ଟ ୧୮୭୮ ଅନୁଯାୟୀ ଏଏସଆଇକୁ ହସ୍ତାନ୍ତର କରିବାକୁ କୁହାଯାଇଛି।

ତେବେ ଏହା ପୂର୍ବରୁ ଏକ ବର୍ଷ ପୂର୍ବେ ସମାନ ପୋଖରୀରୁ ୧୩ଶହ ବର୍ଷ ପୁରୁଣା ନାଗ ଦେବୀ ମୂର୍ତ୍ତି ଉଦ୍ଧାର କରାଯାଇଥିଲା। ସେହି ମୂର୍ତ୍ତି ପାଲା ଶାସନ କାଳର ଥିବା ଜଣାପଡିଥିଲା।  

Leave a Reply

Your email address will not be published. Required fields are marked *