କଂଗ୍ରେସର ୩ ଆଗଧାଡିର ନେତ୍ରୀ କରୋନା ସଂକ୍ରମିତ

Spread the love

ନୂଆଦିଲ୍ଲୀ: ଜୟରାମ ଟ୍ୱିଟ କରି କହିଛନ୍ତି କି, କଂଗ୍ରେସ ଅଧ୍ୟକ୍ଷାଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି । ସେ ସରକାରଙ୍କ କୋଭିଡ ପ୍ରୋଟୋକଲ ପାଳନ କରିବାକୁ ଯାଇ ଆଇସୋଲେସନରେ ଅଛନ୍ତି ।
ତିନି ଦିନ ପୂର୍ବରୁ ସୋନିଆଙ୍କ ଝିଅ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ ହୋଇଥିଲେ । ଏହା ପୂର୍ବରୁ ଜୁନ୨ରେ ସୋନିଆ କରୋନାରେ ସଂକ୍ରମିତ ହୋଇଥିଲେ । ସେତେବେଳେ ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ଇଡି ସମନ ଅନୁଯାୟୀ ତିନି ଥର ଇଡି ଅଫିସରେ ହାଜର ହୋଇ ଯାଞ୍ଚର ସମ୍ମୁଖୀନ ହୋଇଥିଲେ ।

https://twitter.com/Jairam_Ramesh/status/1558360826444410880?s=20&t=Zm_thPtzvpYAZMGgcRdGnw
ତେବେ ଗତ ଦୁଇ ମାସରେ ସୋନିଆ ଓ ପ୍ରିୟଙ୍କା ଉଭୟ ଦୁଇ ଥର ଲେଖା ସଂକ୍ରମିତ ହୋଇଛି । ସୋନିଆ ଜୁନରେ କରୋନା ପଜିଟିଭ ହୋଇଥିଲେ ଓ ସେ ଜୁନ ୩ରେ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଥିଲା ।
ସେହିପରି, ପୂର୍ବ ଲୋକସଭା ଅଧ୍ୟକ୍ଷା ମୀରା କୁମାର ମଧ୍ୟ କୋଭିଡରେ ସଂକ୍ରମିତ ହୋଇଛନ୍ତି । ସେ ଟ୍ୱିଟ କରି ଜଣାଇଛନ୍ତି କି, ମୁଁ କାଲି ପୁଣି କରୋନାରେ ସଂକ୍ରମିତ ହୋଇଛି । ତେଣୁ ସତର୍କତା ସ୍ୱରୂପ କ୍ୱାରେଣ୍ଟାଇନରେ ରହିବି । ଯେଉଁ ମାନଙ୍କ ସଂସ୍ପର୍ଷରେ ମୁଁ ନିକଟ ଅତୀତରେ ଆସିଛି, ସେମାନଙ୍କୁ ଅନୁରୋଧ କରୁଛି କି ସେମାନେ ନିଜର କୋଭିଡ-୧୯ ପରୀକ୍ଷା କରାଯାଇ ପ୍ରୋଟୋକଲର ପାଳନ କରନ୍ତୁ ।

Leave a Reply

Your email address will not be published. Required fields are marked *