ଓଡ଼ିଶାଶିକ୍ଷା/ଗବେଷଣା

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ 3 ରୁ

ଆଜି ରାଜ୍ୟ ଗଣଶିକ୍ଷା ବିଭାଗ ସଭାପତି ରାମଶିଷ ହାଜିରା ଏକ ସାମ୍ବାଦିକ ସମ୍ମିଳନୀରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ 3 ରୁ ଆରମ୍ଭ ହେବାକୁ ଥିବା କଥା କହିଛନ୍ତି । ସେ କହିଛନ୍ତି ଯେ, ଚଳିତ ବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ 3 ରୁ 8 ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ  ଜୁନ 26 ରୁ ଜୁଲାଇ 1 ପର୍ଯ୍ୟନ୍ତ ଫର୍ମ ଫିଲପ ପ୍ରକ୍ରିୟା ଜାରି ରହିବ । ଯେଉଁ ଛାତ୍ରଛାତ୍ରୀ ମାନେ କୌଣସି କାରଣ ବସତଃ ପରୀକ୍ଷା ଦେଇ ପାରିନଥିଲେ ଅଥବା କ୍ଋତକାର୍ଯ୍ୟ ହୋଇ ପାରି ନାହାନ୍ତି ସେମାନେ ଏହି ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ କ୍ରୂତକାର୍ଯ୍ୟ ହୋଇ ପାରିବେ ।

ଏହା ସହିତ ଏଣିକି ମାଟ୍ରିକ ପରୀକ୍ଷା ଢାଞ୍ଚା ରେ ପରିବର୍ତ୍ତନ କଥା ମଧ୍ୟ କହିଛନ୍ତି ସଭାପତି ହାଜିରା । ସେ କହିଛନ୍ତି ଯେ ପୂର୍ବରିୁ ଯେପରି ବର୍ଷ ଶେଷ କୁ ଗେଟିଏ ପରୀକ୍ଷା ହେଉଥିଲା ଆଗକୁ ମଧ୍ୟ ସେହିଭଳି ଗେଟିଏ ବେର୍ଡ ପରୀକ୍ଷା ହେବ । ପୂର୍ବରୁ ହେଉଥିବା ୨ଟି ସମ୍ମେଟିଭ ପରୀକ୍ଷା ଆଉ ହେବନାହିଁ । ଏବେ କେବଳ ଦଶମରେ ବାର୍ଷିକ ବୋର୍ଡ ପରୀକ୍ଷା ହିଁ ହେବ । ପୂର୍ବରୁ ହେଉଥିବା ଇଣ୍ଟରନାଲ୍ ଆସେସମେଣ୍ଟ ପରୀକ୍ଷା ୪ଟି କ୍ୱାର୍ଟରରେ ଚାଲୁ ରହିବ । ନବମ ପାଇଁ ବାର୍ଷିକ ଓ ଦଶମ ପାଇଁ ମାଟ୍ରିକ ବୋର୍ଡ ପରୀକ୍ଷା ହେବ ।

କୋଭିଡ୍ ଯୋଗୁଁ ଏଭଳି ସମେଟିଭ ବ୍ୟବସ୍ଥାରେ ପରୀକ୍ଷା ହେଉଥିଲା କିନ୍ତୁ ଏବେ ଆଗକୁ ପୁଣି ପୁରୁଣା ପରୀକ୍ଷା ପଦ୍ଧତିରେ ପରୀକ୍ଷା କରିବା ଲାଗି ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published.

Back to top button