ନୂଆଦିଲ୍ଲୀ : ଭୁବନେଶ୍ୱର, ଭୋପାଳ, ପାଟନା, ଯୋଧପୁର, ରାୟପୁର ଏବଂ ଋଷିକେଶରେ ଅବସ୍ଥିତ ୬ଟି ଏମ୍ସରେ କ୍ୟାଶ୍ଲେସ୍ ଚିକିତ୍ସା ସୁବିଧା ବର୍ତ୍ତମାନ ସମସ୍ତ ସିଜିଏଚଏସ୍ ହିତାଧିକାରୀ (ଚାକିରି କରୁଥିବା ଏବଂ ପେନସନଭୋଗୀ) ଙ୍କ ପାଇଁ ଉପଲବ୍ଧ ହେବ । ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣଙ୍କ ଉପସ୍ଥିତିରେ ଏହି ୬ଟି ଏମ୍ସ ଏବଂ ସିଜିଏଚଏସ୍ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି ।
ଭୁବନେଶ୍ୱର, ଭୋପାଳ, ପାଟନା, ଯୋଧପୁର, ରାୟପୁର ଏବଂ ଋଷିକେଶରେ ୬ଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଏମ୍ସରେ ଉପଲବ୍ଧ ରୋଗୀ ସେବା ସୁବିଧା କ୍ୟାଶ୍ଲେସ୍ ଆଧାରରେ ସିଜିଏଚ୍ଏସ୍ ହିତାଧିକାରୀଙ୍କୁ ସମ୍ପ୍ରସାରିତ କରାଯିବ । ବରିଷ୍ଠ ନାଗରିକଙ୍କ ପାଇଁ ଏହା ବିଶେଷ ଲାଭଦାୟକ ହେବ (ସିଜିଏଚ୍ଏସ୍ ର ଅବସରପ୍ରାପ୍ତ ପେନସନଭୋଗୀ ହିତାଧିକାରୀ) ଯେଉଁମାନେ ବ୍ୟକ୍ତିଗତ ଫେରସ୍ତ ଦାବି ଦାଖଲ କରିବା ଏବଂ ଅନୁମୋଦନ ଅନୁସରଣ କରିବା କଷ୍ଟକର ହୋଇପଡେ । ସିଜିଏଚଏସ୍ ହିତାଧିକାରୀମାନେ ପ୍ରଥମେ ଏମ୍ସ ରେ ଉପଲବ୍ଧ ଆଧୁନିକ ସ୍ୱାସ୍ଥ୍ୟସେବା ସୁବିଧା ପାଇବେ, ପ୍ରଥମେ ଦେୟ ଦେବାରେ ଏବଂ ପରେ ଏମ୍ସରୁ ରୁ ଏ ବାବଦୀୟ ଅର୍ଥ ପାଇବାରେ ଅସୁବିଧା ରହିବନାହିଁ । ଏହି ପଦକ୍ଷେପ ସମୟ ସଞ୍ଚୟ କରିବ, କାଗଜପତ୍ର କାର୍ଯ୍ୟ ହ୍ରାସ କରିବ ଏବଂ ବ୍ୟକ୍ତିଗତ ଦାବି ସମାଧାନ କରିବ । ବର୍ତ୍ତମାନ ପର୍ଯ୍ୟନ୍ତ, ସିଜିଏଚଏସ୍ ପେନସନଭୋଗୀ ହିତାଧିକାରୀ, ଏମ୍ସ ରେ ଚିକିତ୍ସା ପାଇଁ, ପ୍ରଥମେ ଦେୟ ଦେବାକୁ ପଡୁଥିଲା ଏବଂ ପରେ ସିଜିଏଚ୍ଏସ୍ରୁ ଫେରସ୍ତ ପାଇଁ ଦାବି କରିବାକୁ ପଡୁଥିଲା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now