ମଧ୍ୟପ୍ରଦେଶରେ ଲାଉଡସ୍ପିକର ବ୍ୟାନ

Spread the love

ନର୍ମଦାପୁରମ: ଆଗାମୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶର ଇତାର୍ସିରେ ଲାଉଡ ସ୍ପିକର ଓ ଡିଜେକୁ ସମ୍ପୂର୍ଣ୍ଣରୂପେ ବ୍ୟାନ କରାଯାଇଛି। ଇତାର୍ସି ଏସଡିଏମ  ମଦନ ସିଂହ ରଘୁବଂଶୀ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି କି, ଆଗାମୀ ହାଇସ୍କୁଲ ପରୀକ୍ଷାକୁ ଦୃଷ୍ଟି ରଖି ଏହି ନିଷ୍ପତ୍ତି ନିଆଯାଇଛି।

ବିଜ୍ଞପ୍ତିରେ କୁହାଯାଇଛି କି, ଦେଖାଯାଉଛି, ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଡିଜେ ଓ ଲାଉଡ ସ୍ପିକର ବଜା ଯାଉଛି। ସେପଟେ ହାଇସ୍କୁଲ ପିଲାଙ୍କ ବାର୍ଷିକ ପରୀକ୍ଷା ତାରିଖ ଘୋଷଣା ହୋଇସାରିଲାଣି। ଏହାକୁ ଦେଖି ଡିଜେ ଓ ଲାଉଡ ସ୍ପିକରକୁ ବ୍ୟାନ କରାଯିବ ଜରୁରୀ ହୋଇ ପଡିଛି।

ଆହୁରି କୁହାଯାଇଛି କି, ଯଦିଓ ସାଧାରଣ ଲାଉଡସ୍ପିକରକୁ ଇତାର୍ସିରେ ପୂର୍ବ ଅନୁମତିକ୍ରମେ ଦୁଇ ଘଣ୍ଟା ପାଇଁ ବଜାଇ ପାରିବେ।

Leave a Reply

Your email address will not be published. Required fields are marked *