ଜାତୀୟମନୋରଞ୍ଜନ

ଆଶା ପାଇବେ ଦାଦା ସାହେବ ପାଲକେ ପୁରସ୍କାର

ନୂଆଦିଲ୍ଲୀ: ସୁନାମଧନ୍ୟା ବଲିଉଡ ଅଭିନେତ୍ରୀ ଆଶା ପାରରେଖଙ୍କୁ ମିଳିବ ଦାଦା ସାହେବ ପାଲକେ ଆୱାର୍ଡ। ୨୦୨୦ ବର୍ଷ ପାଇଁ ଏହି ସମ୍ମାନଜନକ ପୁରସ୍କାର ଆଶାଙ୍କୁ ଦେବାକୁ ଚୟନ କମିଟି ନିଷ୍ପତ୍ତି ନେଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସୂଚନା ଓ ଦୂରସଂଚାର ମନ୍ତ୍ରୀ ଅନୁରାଗ ସିଂହ।

ଚୟନ କମିଟି ୨୦୨୦ ବର୍ଷ ଦାଦାସାହେବ ପାଲକେ ପୁରସ୍କାର ପାଇଁ ପ୍ରସିଦ୍ଧ ଅଭିନେତ୍ରୀ ଆଶା ପାରେଖଙ୍କ ନାମକୁ ଚୟନ କରିଛି। ଏହି ଚୟନ କମିଟିରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଆଶା ଭୋସଲେ, ଉଦିତ ନାରାୟଣ, ଭେଟେରାନ ଅଭିନେତ୍ରୀ ପୁନମ ଧିଲୋନ, ଅଭିନେତ୍ରୀରୁ ସାଂସଦ ହୋଇଥିବା ହେମାମାଲିନୀ ଓ କନ୍ନଡ ଫିଲ ନିର୍ଦ୍ଦେଶକ ତଥା ପ୍ରୟୋଜକ ଟି ଏସ ନାଗାଭରନ ରହିଛନ୍ତି।

ମଙ୍ଗଳବାର ହମିରପୁରରେ ଏହି ଘୋଷଣା କାଳରେ ଅନୁରାଗ ଠାକୁର କହିଛନ୍ତି କି, ଭେଟେରାନ ଅଭିନେତ୍ରୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ଦେବାକୁ  କରୁଥିବା ଘୋଷଣା ସୂଚନା ଓ ଦୂରସଂଚାର ମନ୍ତ୍ରଣାଳୟ ପାଇଁ ଗୌରବର ବିଷୟ।

ଆଶା ପାରେଖ ହେଉଛନ୍ତି ଜଣେ ଜଣାଶୁଣା ଫିଲ୍ମ ଅଭିନେତ୍ରୀ, ନିର୍ଦ୍ଦେଶିକା, ପ୍ରଯୋଜିକା, ତଥା  ଜଣେ ଭାରତୀୟ କ୍ଲାସିକାଲ ଡ୍ୟାନ୍ସର। ପିଲାଟି ଦିନରୁ ସେ ଅଭିନୟରେ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ହିରୋଇନ ଭାବେ ଦିଲ ଦେକେ ଦେଖୋ ଫିଲ୍ମରୁ ଅଭିନୟ କରିଥିବା ବେଳେ ୯୫ରୁ ଅଧିକ ଫିଲ୍ମରେ ନିଜ ଅଭିନୟ କଳା ଛାଡି ଯାଇଛନ୍ତି।

ତାଙ୍କ ଅଭିନିତ ଫିଲ୍ମ କଟି ପତଙ୍ଗ, ତିସ୍ରି ମଞ୍ଜିଲ, ଲଭ ଇନ ଟୋକିଓ, ଆୟା ସାୱନ ଝୁମକେ, ଆନ ମିଲୋ ସଜନା, ମେରା ଗାଓଁ ମେରା ଦେଶ ତାଙ୍କୁ  ଅଭିନୟ କ୍ଷେତ୍ରରେ ବିଶେଷ ପରିଚୟ ପ୍ରଦାନ କରିଛି। ସେ ୧୯୯୨ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିବା ବେଳେ ୧୯୯୮ରୁ ୨୦୦୧ ମଧ୍ୟରେ ସେଣ୍ଟ୍ରାଲ ବୋର୍ଡ ଫର ଫିଲ୍ମ ସର୍ଟିଫିକେସନରେ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ।

ସେପ୍ଟେମ୍ବର ୩୦ ତାରିଖରେ ଏହି ଜାତୀୟ ଫିଲ୍ମ ଆୱାର୍ଡକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ପ୍ରଦାନ କରିବେ।

Related Articles

Leave a Reply

Your email address will not be published.

Back to top button