ରାହୁଲଙ୍କ ବିଜୟ ବିପକ୍ଷ ଚ୍ୟାଲେଞ୍ଜ ଯାଚିକା ଖାରଜ

Spread the love

ତିରୁବନନ୍ତପୁରମ: ୨୦୧୯ରେ କେରଳର ୱାୟନାଡ ଲୋକସଭା ଆସନରୁ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ଜିତିବାକୁ ଚ୍ୟାଲେଞ୍ଜ କରାଯାଇଥିବା ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।  ଜଷ୍ଟିସ ଏଏସ ବୋପନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ସରିତା ଏସ ନାୟରଙ୍କ ଯାଚିକାକୁ ଖାରଜ କରି ଦେଇଛନ୍ତି। ନାୟର  ସୋଲାର ଘୋଟାଲରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

କୋର୍ଟ ମାମଲାର ଖାରଜ କରି କହିଛନ୍ତି କି, ଯାଚିକା ଦାୟର କରିଥିବା ଓକିଲ ମାମଲାକୁ ଗୁରୁତ୍ବ ଦେଇ ଶୁଣାଣି କରିବାକୁ ଅପିଲ କରିଥିବା ବେଳେ ଏହି ମାମଲାରେ କିଛି ଭିତ୍ତିଭୂମି ନ ଥିବାରୁ ଏହାକୁ ଖାରଜ କରାଯାଉଛି। ଶୁକ୍ରବାର ଏହି ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ।  ଏହା ପୂର୍ବରୁ ୨୦୨୦ରେ ମଧ୍ୟ ମାମଲାକୁ ଖାରଜ କରି ଦିଆଯାଇଥିଲା। ସେହି ସମୟରେ ଭର୍ଚ୍ୟୁଆଲ ମୋଡରେ ମାମଲାର ଶୁଣାଣି କରାଯାଉଥିଲା। କିନ୍ତୁ ନାୟରଙ୍କ ଓକିଲଙ୍କୁ ବାରମ୍ବାର ନୋଟିସ ପରେ ମଧ୍ୟ ସେ ଉପସ୍ଥିତ ନ ହେବାରୁ ତାଙ୍କୁ ଏହାକୁ ଖାରଜ କରାଯାଇଥିଲା। ପରେ ସେ ଓକିଲଙ୍କ ଅନୁପସ୍ଥିତିକୁ ବୈଷୟିକ ତ୍ରୁଟି ଜଣାଇ ଶୁଣାଣି ପାଇଁ ଆବେଦନ କରିଥିଲେ।

ଗାନ୍ଧୀଙ୍କ ବିପକ୍ଷରେ ୱାଏନାଡରୁ ନାୟର ନିର୍ବାଚନ ଲଢିବାକୁ ନାମାଙ୍କନ ଭରିଥିଲେ ମଧ୍ୟ ତାଙ୍କ ନାମାଙ୍କନକୁ ଖାରଜ କରାଯାଇଥିଲା ସେକ୍ସନ ୮-୩ ଅଧୀନରେ। ସେ ସୋଲାର ସ୍କାମରେ ଗିରଫ ହୋଇ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବାରୁ ନିର୍ବାଚନ କମିଶନ ନାମାଙ୍କନ ଖାରଜ କରିଦେଇଥିଲେ।

Leave a Reply

Your email address will not be published. Required fields are marked *