ରାଷ୍ଟ୍ରପତି ଭଗବାନ ବିର୍ସାମୁଣ୍ଡା ପ୍ରତିମାରେ ମାଲ୍ୟାର୍ପଣ କଲେ

Spread the love

ରାଞ୍ଚି : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ରାଞ୍ଚି ଏୟାରପୋର୍ଟରୁ ବିରସା ଛକରେ ପହଞ୍ଚିଥିଲେ । ସେ ସେଠାରେ ଭଗବାନ ବିର୍ସାଙ୍କ ପ୍ରତିମାରେ ମାଲ୍ୟାର୍ପଣ କରି ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ରାଜ୍ୟପାଳ ସିପି ରାଧାକୃଷ୍ଣନ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ମଧ୍ୟ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ହାତ ହଲାଇ ଉପସ୍ଥିତ ଜନତାଙ୍କୁ ଅଭିବାଦନ ଜଣାଇଥିଲେ । ଏହା ପରେ ସେ ଅଲବର୍ଟ ଏକା ଛକ ସ୍ଥିତ ପରମବୀର ଚକ୍ର ବିଜେତା ଲାନଓ ନାୟକ ଅଲବର୍ଟ ଏକାଙ୍କ ପ୍ରତିମା ରେ ମାଲ୍ୟାପଣ କରିଥିଲେ । ସେଠାରୁ ରାଷ୍ଟ୍ରପତି ରାଜଭବନ ପହଂଚିବା ପରେ ରାଜ୍ୟପାଳ ଏବଂ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ ।

Leave a Reply

Your email address will not be published. Required fields are marked *