ସୁପ୍ରିମକୋର୍ଟରେ ଆଉ ଦୁଇ ଜଣ ବିଚାରପତିଙ୍କୁ ଶପଥ ଗ୍ରହଣ କରାଇଲେ ମୁଖ୍ୟ ବିଚାରପତି, ବିଚାରପତିମାନଙ୍କ ସଂଖ୍ୟା ୩୪ ହେଲା

Spread the love

ନୂଆଦିଲ୍ଲୀ : ସୁପ୍ରିମକୋର୍ଟକୁ ଆଉ ଦୁଇ ଜଣ ବିଚାରପତି ମିଳିଛନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ୱାଇ ବି ଚନ୍ଦ୍ରଚୂଡ ଶୁକ୍ରବାର ଦିନ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଓ ଓକିଲ କେଭି ବିଶ୍ୱନାଥନଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରାଇଛନ୍ତି । ଶପଥ ଗ୍ରହଣ ସମାରୋହରେ ସମସ୍ତ ବିଚାରପତି ଓ ବହୁ ସଂଖ୍ୟାରେ ଓକିଲ ମାନେ ଉପସ୍ଥିତ ଥିଲେ । ଦୁଇ ଜଣ ନୂଆ ବିଚାରପତି ଶପଥ ଗ୍ରହଣ କରିବା ପରେ ସୁପ୍ରିମକୋର୍ଟରେ ବିଚାରପତି ମାନଙ୍କର ସ୍ୱୀକୃତ ସଂଖ୍ୟା ୩୪ ପୂରା ହୋଇଯାଇଛି ।

Leave a Reply

Your email address will not be published. Required fields are marked *