ସାଂସଦ ଙ୍କ ଗାଡି ଧକ୍କା ରେ ଯୁବକ ଙ୍କ ମୃତ୍ୟୁ ଘଟଣା, 20 ଲକ୍ଷ  କ୍ଷତିପୂରଣ, ସାଂସଦ ଙ୍କୁ ଗିରଫ ନଚେତ ଆନ୍ଦୋଳନ – ବିଜେପି

Spread the love

ଗତ କାଲି ରାଜ୍ଯସଭା ସାଂସଦ ନିରଞ୍ଜନ ବିଶି ଙ୍କ ଗାଡି ଧକ୍କା ରେ ପାଟଣାଗଡ ବ୍ଲକ ଇନ୍ଦପୁର ଗ୍ରାମ ର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ସାଂସଦ ଯୁବକ ଙ୍କୁ ଡାକ୍ତରଖାନାକୁ ନ ଆଣି ସେଠାରୁ ଫେରାର ମାରିଥିଲେ ଏବଂ ପରେ ସେ ଘଟଣାସ୍ଥଳ ରେ ଉପସ୍ଥିତ ନଥିବା ମିଛ କହିଥିଲେ ହେଲେ ଅନେକ ସିସିଟିଭି ରେ କଏଦ ହୋଇଛି  । ପରେ କିନ୍ତୁ ସାଂସଦ ମୃତ ଯୁବକ ଙ୍କ ଅନ୍ତୋଷ୍ଟି ରେ ଯୋଗଦାନ କରିଥିଲେ

ଏ ଘଟଣା କୁ ଆଜି ଆହୁରି ଜଟିଳ କରିଛି ବିଜେପି ର ପ୍ରେସମିଟ । ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଏଭଳି ଘଟଣା କୁ ନିନ୍ଦା କରିଥିବା ବେଳେ ମୃତକ ଙ୍କ ପରିବାର କୁ 20 ଲକ୍ଷ କ୍ଷତିପୂରଣ ଏବଂ ତଦନ୍ତ କରି ସାଂସଦ ନିରଞ୍ଜନ ବିଶି ଙ୍କ ବିରୁଦ୍ଧ ରେ ମାମଲା ଦାୟର କରି ଗିରଫ ଦାବୀ କରିଛନ୍ତି । ନଚେତ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି କଣ୍ଟାବାଞ୍ଜି ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ଅନ୍ୟ ପଟେ ସାଂସଦ ଙ୍କ କୌଣସି ପ୍ରତିକ୍ରିୟା ଦେବା ମନା କରିଛନ୍ତି ।

Leave a Reply

Your email address will not be published. Required fields are marked *