ସମୟ ପୂର୍ବରୁ ଶେଷ ହେବ ଶୀତ ଅଧିବେଶନ

Spread the love

ନୂଆଦିଲ୍ଲୀ: ସଂସଦର ଚଳିତ ଶୀତ ଅଧିବେଶନ ଧାର୍ଯ୍ୟ ସମୟର ଏକ ସପ୍ତାହ  ପୂର୍ବରୁ ସମାପ୍ତ ହୋଇଯିବ।  ଏକ ବିଶେଷ ସୂତ୍ରରୁ ମଙ୍ଗଳବାର ଏହି ସୂଚନା ମିଳିଛି। ସୂତ୍ର ମୁତାବକ, ବିଜନେସ ଆଡଭାଇଜରୀ କମିଟିର ବୈଠକରେ ଏହି  ନିଷ୍ପତ୍ତି ନିଆଯାଇଛି। ଏହି କମିଟି ଉଭୟ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟକ୍ରମ ସ୍ଥିରକରିଥାଏ ଓ ଏହାର ଅଧ୍ୟକ୍ଷତା ଲୋକସଭା ଅଧ୍ୟକ୍ଷ କରିଥାନ୍ତି।

ତଥ୍ୟ ଅନୁଯାୟୀ, ବହୁ ବିପକ୍ଷ ନେତା କ୍ରିସମାସ ଓ ନବବର୍ଷ ପାଇଁ ସରକାର ତଥା ଲୋକସଭା ସ୍ପିକରଙ୍କୁ ଶୀତ ଅଧିବେଶନ ଶୀଘ୍ର ସାରିବାକୁ ଅନୁରୋଧ କରିଥିଲେ। ଚଳିତ ଶୀତ ଅଧିବେଶନ  ୭ ଡିସେମ୍ବରରୁ ଆରମ୍ଭ ହୋଇଥିଲା। କିନ୍ତୁ ଏହି ଅଧିବେଶନ କାଳରେ ବିରୋଧୀଙ୍କ ଦ୍ବାରା ବିଭିନ୍ନ ପ୍ରସଙ୍ଗକୁ ନେଇ ହଟଗୋଳ କାରରୁ ଉଭୟ ରାଜ୍ୟସଭା ଓ ଲୋକସଭାକୁ ବାରମ୍ବାର ମୁଲତବୀ କରିବାକୁ ହୋଇଛି। ମୁଖ୍ୟତଃ ତୱାଙ୍ଗରେ ଚୀନ ଓ ଭାରତୀୟ ସେନା ମଧ୍ୟରେ ହୋଇଥିବା ମୁହଁମୁହିଁ ସ୍ଥିତି ଉପରେ ବିରୋଧୀ ଗୃହକୁ ଚଳାଇବାକୁ ଦେଇନଥିଲେ।

Leave a Reply

Your email address will not be published. Required fields are marked *