ୟସିମ ମଲିକକୁ ଚିହ୍ନଟ କରିଛନ୍ତି ମୁଫ୍‌ତି ମହମ୍ମଦଙ୍କ ଝିଅ

Spread the love

ଶ୍ରୀନଗର: ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମୁଫ୍‌ତି ମହମ୍ମଦଙ୍କ ଝିଅ ରୁବିୟା ସୟିଦ ୧୯୮୯ ଡିସେମ୍ବରରେ ଶ୍ରୀନଗର ଅପହରଣରେ ୪ ଅଭିଯୁକ୍ତଙ୍କ ମଧ୍ୟରୁ  ଜେଲରେ ଥିବା ଜେକେଏଲଏଫ ସୁପ୍ରିମୋ ୟସିମ ମଲିକକୁ ଚିହ୍ନଟ କରିଛନ୍ତି। ଶୁକ୍ରବାର ରୁବିୟାଙ୍କ ବୟାନ ରେକର୍ଡ କରାଯାଇଛି ଟାଡା ବିଚାରପତିଙ୍କ ସମ୍ମୁଖରେ।

ଏହା ପ୍ରଥମ ଘଟଣା, ଯେତେବେଳେ ରୁବିୟା ସୟିଦ  କୋର୍ଟରେ ହାଜର ହୋଇଛନ୍ତି। ସେ ଏହି ଅପରହରଣ ଘଟଣାରେ ସିବିଆଇ ପ୍ରୋସିକ୍ୟୁଟରଙ୍କ ସାକ୍ଷ୍ୟଭାବେ କୋର୍ଟଙ୍କ ସମ୍ମୁଖରେ ଉପସ୍ଥିତ ହୋଇଥିଲେ। ଅପହରଣ ୧୯୮୯ରେ ହୋଇଥିବା ବେଳେ ୧୯୯୦ରେ ସିବିଆଇ ମାମଲାର ତଦନ୍ତଭାର ନେଇଥିଲା।

୧୯୮୯ ଡିସେମ୍ବର ୮ ତାରିଖରେ ରୁବିୟାଙ୍କୁ ଏକ ମିନି ବସରୁ ଅପହରଣ କରି ନିଆଯାଇଥିଲା, ଯେତେବେଳେ ସେ ଶ୍ରୀନଗରର ଲାଲ ଦେଦ ମେମୋରିଆଲ ହସ୍ପିଟାଲରୁ ନିଜ ଘରକୁ ନାଓଗାମକୁ ଫେରୁଥିଲେ।  ସେତେବେଳେ ଅପହରଣ ପରେ ଅପହରଣ କାରୀ ୫ ଜଣ  ବନ୍ଦୀ ଆତଙ୍କବାଦୀଙ୍କୁ ଛାଡିବାକୁ ଦାବି କରିଥିଲେ ଓ ରୁବିୟାଙ୍କୁ ଛଡାଇବା ପାଇଁ ସେତେବେଳର ସରକାରକୁ ୫ ଆତଙ୍କୀଙ୍କୁ ଛାଡିବାକୁ ପଡିଥିଲା।

ସେତେବେଳେ ଭି ପି ସିଂହ ସରକାରରେ ରୁବିୟାଙ୍କ ବାନା ସ୍ବର୍ଗତ ମୁଫ୍ତି ମହମ୍ମଦ  ସୟିଦ କେନ୍ଦ୍ର ଗୃହମନ୍ତ୍ରୀ ଥିଲେ।   

Leave a Reply

Your email address will not be published. Required fields are marked *