ଦାନା ବାନ୍ଧୁଛି ଲଘୁଚାପ, ଚିନ୍ତାରେ ଚାଷୀ

ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ବଢ଼ୁଥିବା ବେଳେ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ସେପଟେ ଘୂର୍ଣ୍ଣିବଳୟ ଓ ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ବର୍ଷା। ଏଭଳି ସ୍ଥିତିରେ ମୁକାବଳିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର। ବ୍ଲକ ସ୍ତରରେ ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କଳାବଜାରି ଉପରେ ସତର୍କ ନଜର ରଖିଛନ୍ତି ରାଜ୍ୟ ସରକାର। ବାତ୍ୟା ଆଶ୍ରୟ ସ୍ଥଳ ସହ ଖାଦ୍ୟ, ପାନୀୟ ଓ ବିଜୁଳି ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି। ଭିନ୍ନକ୍ଷମଙ୍କ ସ୍ଥାନାନ୍ତରଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଆବଶ୍ୟକ ହେଲେ ତୁରନ୍ତ ଲୋକଙ୍କୁ ସ୍ଥାନାନ୍ତର କରାଯିବ।
ସେପଟେ ଘୂର୍ଣ୍ଣିଝଡ଼ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି। ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବର୍ଷାର ପ୍ରଭାବ ଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଉ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ। ଅନ୍ୟପଟେ ବାତ୍ୟା ଆସିଲେ ବଢ଼ିଯାଏ କଳାବଜାର ଆଶଙ୍କା। ଏଭଳି ସ୍ଥିତିରେ ସରକାର କହିଛନ୍ତି ରାଜ୍ୟରେ ପର୍ଯ୍ୟାପ୍ତ ଖାଦ୍ୟସାମଗ୍ରୀ ମହଜୁଦ ଅଛି। କଳାବଜାରୀଙ୍କ ଉପରେ କଡ଼ାନଜର ରହିଛି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ। ପୂର୍ବରୁ ଏକାଧିକ ବାତ୍ୟାକୁ ସଫଳତାର ସହ ମୁକାବିଲା କରିଛନ୍ତି ରାଜ୍ୟ ସରକାର। ହେଲେ ବାତ୍ୟା ପରବର୍ତ୍ତୀ ସମୟରେ ଯେଭଳି ପୁନରୁଦ୍ଧାର କାର୍ଯ୍ୟକୁ ଦ୍ରୁତ ଗତିରେ ତ୍ୱରାନିତ କରିବା ସବୁଠୁ ବଡ଼ ଆହ୍ୱାନ।