ପାଣି ବୁଡ଼ି ରହିଛି ଦିଲ୍ଲୀ ସହର

Spread the love

ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ରାଜଧାନୀ ବାସିନ୍ଦା। କିଛି ଘଣ୍ଟାର ଲଗାଣ ବର୍ଷା ପରେ ସବୁଠି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାଘାଟରେ ଗାଡ଼ିମୋଟର ଅଟକି ରହିବା ସହ କାର୍ ଭାସୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ସେପଟେ ବିମାନବନ୍ଦର ସିଲିଂ ଭୁଶୁଡ଼ି ୩ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି।

ପାଣିପାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜାତୀୟ ରାଜଧାନୀରେ ମାତ୍ର ତିନି ଘଣ୍ଟା ମଧ୍ୟରେ ପ୍ରାୟ ୧୫ ସେମି ବର୍ଷା ହୋଇଥିଲା। ଶୁକ୍ରବାର ରାତି ୨.୩୦ରୁ ସକାଳ ୫.୩୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଛି। ସଫଦରଜଙ୍ଗରେ୧୪୮.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଲଗାଣ ବର୍ଷା ଫଳରେ ଅନେକ ତଳିଆ ଅଞ୍ଚଳରେ ଥିବା ଘରେ ପାଣି ପଶିଯାଇଛି। ଫଳରେ ଘରେ ଭିତରେ ଆସବାବପତ୍ର ଭାଶୁଛି। ରାସ୍ତାରେ କାର୍ ମୋଟର ମଧ୍ୟ ଭାସୁଛି। ବିଶେଷ କରି ଯାତାୟତ ପଭାବିତ ହୋଇଛି। 

Leave a Reply

Your email address will not be published. Required fields are marked *