ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳରେ ପହଞ୍ଚିଛି, ଓଡିଶା ଆସିବାକୁ ହେବ ବିଳମ୍ବ

Spread the love

ଭାରତ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ୧ ସପ୍ତାହ ବିଳମ୍ବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି କେରଳର ଛୁଇଁଛି । ପାଣିପାଗ ବିଭାଗ ପୂର୍ବରୁ ଜୁନ୍ ମାସ ଏକ ତାରିଖରେ ମୌସୁମୀ କେରଳର ଛୁଇଁବାର ପୂର୍ବାନୁମାନ କରିଥିଲା । ତେବେ ମୌସୁମୀ ବାୟୁ ଓଡିଶା ଆସିବାକୁ ବିଳମ୍ବ ହେବ ବୋଲି ପାଣିପାଗ ବିଭାଗ କହିଛି । ମୌସୁମୀ କେରଳକୁ ବିଳମ୍ବରେ ଆସିଥିବାରୁ ଓଡ଼ିଶାକୁ ମଧ୍ୟ ବିଳମ୍ବରରେ ଆସିପାରେ ବୋଲି କୁହାଯାଉଛି ।

ପାଣିପାଗ ବିଭାଗ କହିଛି ଯେ ଆସନ୍ତା 48 ଘଣ୍ଟା ମଧ୍ୟରେ ଦକ୍ଷିଣ ଆରବ ସାଗର, ତାମିଲନାଡୁ, କର୍ଣ୍ଣାଟକ ଏବଂ ଦକ୍ଷିଣ-ପଶ୍ଚିମ, କେନ୍ଦ୍ରୀୟ ଏବଂ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଆହୁରି ଆଗକୁ ବଢିବାପାଇଁ ପାଗ ଅନୁକୂଳ ରହିଛି ।

ଯେ ଗତ 24 ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଆରବ ସମୁଦ୍ର ଉପରେ ବର୍ଷାର ପରିମାଣ ବୃଦ୍ଧି ପାଇଛି ଏବଂ ଦକ୍ଷିଣ ପୂର୍ବ ଆରବ ସମୁଦ୍ର ଉପରେ ପଶ୍ଚିମ ପବନ ମଧ୍ୟମ ଟ୍ରପୋସ୍ଫେରିକ ସ୍ତରକୁ ବିସ୍ତାର କରିଛି ।

ଭୟଙ୍କର ଘୂର୍ଣ୍ଣିବଳୟ ଝଡ ବିପର୍ଜୟ ପୂର୍ବ-ମଧ୍ୟ ଆରବ ସାଗରରେ 5 କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରିଛି ।

ଭାରତ ପାଣିପାଗ ବିଭାଗ ଅନୁସାରେ ଏହା ଆସନ୍ତା 24 ଘଣ୍ଟା ମଧ୍ୟରେ ଧୀରେ ଧୀରେ ଆହୁରି ତୀବ୍ର ହେବ ଏବଂ ଆସନ୍ତା 3 ଦିନ ମଧ୍ୟରେ ପ୍ରାୟ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ବେଲି ପୂର୍ବାନୁମାନ କରିଛି।

ତେବେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ମୌସୁମୀ ବର୍ଷା ପରିମାଣ ୯୬% ହେବା ନେଇ ଆକଳନ କରିଛନ୍ତି ଆଇଏମଡି ଡିଜି ।

Leave a Reply

Your email address will not be published. Required fields are marked *