ଗଞ୍ଜାମ ଜିଲାର ବିଭିନ୍ନ ଅଂଚଳରେ ବଜ୍ରପାତ ସାଙ୍ଗକୁ ବର୍ଷା ପବନ

Spread the love

ଗଞ୍ଜାମ : ଆଜି ଅପରାହ୍ନରେ ଗଞ୍ଜାମ ଜିଲାର ବିଭିନ୍ନ ଅଂଚଳରେ ତୁହାକୁ ତୁହା ବଜ୍ରପାତ ସହ ପବନ ଓ ବର୍ଷା ହୋଇଛି । ଫଳରେ ଗୁଳୁଗୁଳି କମିଥିଲେ ମଧ୍ୟ ପବନ ଯୋଗୁଁ କେତେକ ଘରର ଛପର ଉଡିଯାଇଛି । କ୍ଷେତରେ ଥିବା ବହୁ ପନିପରିବା ଫସଲ ଉଜୁଡି ଯାଇଜି । ଭଞ୍ଜନଗର ଠାକୁରାଣୀ ଯାତ୍ରା ପାଇଁ ନିର୍ମିତ ବିରାଟ ତୋରଣ ପବନରେ ଉଡିଯାଇଛି । ତେବେ ଏଥିରେ କେହି ଆହତ ହୋଇନଥିବା ଜଣାପଡିଛି ।

କେତେକ ସ୍ଥାନରେ ଗଛ ଡାଳ ଭାଙ୍ଗି ବିଦ୍ୟୁତ ତାର ଉପରେ ପଡିଥିବା ଯୋଗୁଁ ବିଦ୍ୟୁତ ସେବା ବନ୍ଦ ରହିଛି । ଏହି ବର୍ଷା ପବନ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଥିବା ପ୍ରାୟ ୧୦ଟି ଠାକୁରାଣୀ ଯାତ୍ରା ବାଧାପ୍ରାପ୍ତ ହୋଇଛି । 

Leave a Reply

Your email address will not be published. Required fields are marked *