ଲୋକତନ୍ତ୍ର ପାଇଁ ଘାତକ: ପୂର୍ବତନ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟ କଲେଜିୟମ ପ୍ରଣାଳି ଉପରେ କେନ୍ଦ୍ରର ମାତ୍ରାଧିକ ଆକ୍ରମଣ ମଧ୍ୟରେ ପୂର୍ବତନ ବିଚାରପତି ରୋହିଣ୍ଟନ ଫଲି ନରିମନ ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ କିରନ ରିଜିଜୁଙ୍କ ଉପରେ ବର୍ଷିଛନ୍ତି। କୋର୍ଟଙ୍କ ସମ୍ବନ୍ଧରେ ଆଇନ ମନ୍ତ୍ରୀଙ୍କ ସାର୍ବଜନୀନ ଟପ୍ପଣୀକୁ ଆଲୋଚନା କରି ନରିମନ ଆଇନ ମନ୍ତ୍ରୀଙ୍କୁ ଅଦାଲତର ନିଷ୍ପତ୍ତି ଠିକ ହେଉ ବା ଭୁଲ ଏହାକୁ ଗ୍ରହଣ କରିବା ତାଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି। ନରିମନ ୨୦୨୧ରେ ଅବସର ନେବା ପୂର୍ବରୁ କଲେଜିୟମର ସଦସ୍ୟ ଥିଲେ।

ଫଲି ନରେମନ ଉପରାଷ୍ଟ୍ରପତି ଜନଦୀପ ଧନଖଡଙ୍କ ନାମ ନ ନେଇ କହିଥିଲେ କି,ସମ୍ବିଧାନର ବୁନିଆଦି ଢାଞ୍ଚା ମଜଭୁତ ରହିଛି ଓ ଭଗବାନଙ୍କୁ ଧନ୍ୟବାଦ କି ଏହା ରହିବ। ଧନଖଡ କିଛି ଦିନ ପୂର୍ବରୁ ସମ୍ବିଧାନର ମୂଳ ଢାଞ୍ଚାର ସିଦ୍ଧାନ୍ତ ଉପରେ ପ୍ରଶ୍ନବାଚୀ ଠିଆକରିଥିଲେ। ଏସମ୍ପର୍କରେ ନରିମନ ଆହୁରି କହିଥଇଲେ କି, ସରକାର ବିଚାରପତି ନୁଯୁକ୍ତିରେ ମୁଖ୍ୟ ଭୂମିକା ତୁଲାଇବାକୁ ଚାପ ପକାଉଛି। ୧୯୯୩ରୁ ସୁପ୍ରିମକୋର୍ଟର କଲେଜିୟମ ବା ବରିଷ୍ଠ ବିଚାରପତିମାନଙ୍କ ପାନେଲ କଲେଜିମୟ ସୁପ୍ରିମ କୋର୍ଟ ଓ ହାଇକୋର୍ଟର ବିଚାରପତି ନିଯୁକ୍ତ କରନ୍ତି।

୧୯୮୦ରୁ ଆଜି ପର୍ଯ୍ୟନ୍ତ ନ୍ୟାୟପାଳିକା ସମ୍ବିଧାନର ସୁରକ୍ଷା ପାଇଁ କାମ କରି ଆସିଛି। ଯେବେ ବି କାର୍ଯ୍ୟପାଳିକା ସମ୍ବିଧାନରୁ ବାହାରି କାମ କରିବାକୁ ଚେଷ୍ଟା କରିଛି, ନ୍ୟାୟପାଳିକା ଯାଞ୍ଚ କରିବାକୁ ଓ ସନ୍ତୁଳନ ରକ୍ଷା କରିବାର କାମ କରିଛି। ଗତ ଥର ସମ୍ଭବତଃ ୯୯ତମ ସଂଶୋଧନକୁ ରଦ୍ଦ କରାଯାଇଥିଲା ଏହି କ୍ଷମତା ବଳରେ, ଯାହା ରାଷ୍ଟ୍ରୀୟ ନ୍ୟାୟିକ ନିଯୁକ୍ତି ଆୟୋଗ ଅଧିନିୟମ ଥିଲା।

 ସେହିପରି କଲେଜିୟମ ଦ୍ବାରା ବିଚାରପତି ମନୋନୟନ ଉପରେ କେନ୍ଦ୍ରର ନିରବତାକୁ ନେଇ ସେ କହିଥିଲେ କି, ଲୋକତନ୍ତ୍ର ପାଇଁ ଏହା ଘାତକ ଥିଲା ଓ ସରକାରକୁ ଉତ୍ତର ରଖିବାକୁ ୩୦ ଦିନ ଦିଆଯାଇଥିଲା। ଏହା ମଧ୍ୟରେ ଉତ୍ତର ନ ଦେଲେ ସୁପାରିଶ ସ୍ବୟଂ ସ୍ବକୃତି ଲାଭ କରିବ।  ତେବେ ଏହି ପ୍ରକ୍ରିୟା ବିରୋଧରେ ଆଇନ ମନ୍ତ୍ରୀଙ୍କ ଆଲୋଚନା ଶୁଣିଛି। ମୁଁ ମନ୍ତ୍ରୀଙ୍କୁ ଆଶ୍ବସ୍ତ କରୁଛି କି, ସମ୍ବିଧାନର ଦୁଇ ବୁନିୟାଦୀ ସମ୍ବିଧାନିକ ମୂଳ ସିଦ୍ଧାନ୍ତ ରହିଛି।

ଗୋଟିଏ ଅନ୍ୟୁନ ୫ ଅନିର୍ବାଚିତ ବିଚାରପତିଙ୍‌କୁ ଆମେ ସମ୍ବିଧାନ ପୀଠ କହିଥାଉ। ତା ସମ୍ବିଧାନର ବାଖ୍ୟା କରିବାକୁ ବିଶ୍ବସନୀ। ଥରେ ଏହି ପାଞ୍ଚ ଜଣ ବା ଅଧିକ ସମ୍ବିଧାନର ବାଖ୍ୟା କରିଦେଲେ  ତାହାକୁ ପାଳନ କରିବା ଧାରା ୧୪୪ ଅନ୍ତର୍ଗତ ସରକାରର କର୍ତ୍ତବ୍ୟ। ହୁଏତ ଆପଣ ତାର ଆଲୋଚନା କରି ପାରନ୍ତି।  ଜଣେ ନାଗରିକ ଭାବେ ଯାହା ସେ ଜାଣିବା ଆବଶ୍ୟକ। ଆଜି ମୁଁ ଜଣେ ନାଗରିକ ଓ ସେହି ହିସାବରେ ତାର ଆଲୋଚନା କରି ପାରେ। କିନ୍ତୁ ଜଣେ ସରକାରୀ ଅଧିକାରୀ ଭାବେ ଆପଲ ନିଷ୍ପତ୍ତିକୁ ମାନିବାକୁ ବାଧ୍ୟ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *