ମୁଁ ବରିଷ୍ଠଙ୍କ ମନୋରଞ୍ଜନ କରେ ନାହିଁ

Spread the love

ନୂଆଦିିଲ୍ଲୀ: ବୁଧବାର ଦିନ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ ଭି ରମଣା ବରିଷ୍ଠ ଓକିଲଙ୍କୁ ତ୍ୱରିତ ତାଲିକା କରିବାକୁ ଅନୁମତି ଦେଇ ନାହାନ୍ତି ଓ କହିଛନ୍ତି କି, ଆଡଭୋକେଟ ଅନ ରେକର୍ଡ ବରଂ ଏହାର ଉଲ୍ଲେଖ କରନ୍ତୁ । ଜଣେ ଜୁନିଆର ଆଡଭୋକେଟଙ୍କ ଦ୍ୱାରା ସିଜେଆଇଙ୍କ ନିକଟରେ ବରିଷ୍ଠ ଓକିଲ ଏ ଏମ ସିଙ୍ଘଭିଙ୍କ ମାମଲାର ଶୁଣାଣି ତ୍ୱରିତ କରିବାକୁ ଅପିଲ କରାଯିିବା ପରେ ସିଜେଆଇ ଏପରି କହିଛନ୍ତି । ସିଙ୍ଘଭି ପୂର୍ବରୁ ଭର୍ଚୁଆଲ ମୋଡରେ କୋର୍ଟଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଆସୁଛନ୍ତି ।
କୋର୍ଟ ପ୍ରକ୍ରିୟାରେ ବରିଷ୍ଠଙ୍କୁ ଅନୁମତି ଦେବାରେ ବିରକ୍ତି ପ୍ରକାଶ କରିଛନ୍ତି ସିଜେଆଇ । ସେ କହିଛନ୍ତି, ବରିଷ୍ଠତା ଉଲ୍ଲେଖ ନ କରନ୍ତୁ । ମୁଁ ବରିଷ୍ଠ ବ୍ୟାପାରର ଅନ୍ତ ଚାହୁଁଛି । କ୍ଷମା କରିବେ ସିଙ୍ଘଭି, ମୁଁ ବରିଷ୍ଠଙ୍କ ମନୋରଞ୍ଜନ କରି ନ ଥାଏ ।
ଏହା ପୂର୍ବରୁ ମଧ୍ୟ ବରିଷ୍ଠ ଓକିଲ ସିବଲଙ୍କ ଏତାଦୃଶ କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ କୋର୍ଟ । ଯେତେବେଳେ ବରିଷ୍ଠ ଓକିଲ ବରିଷ୍ଠତା ପ୍ରଦର୍ଶନ କରିବାକୁ ଚାହିଁଥିଲେ ସିଜେଆଇ କହିଥିଲେ, ସିବଲ ଜୀ, ଏହା ଆପଣଙ୍କ ପାଇଁ ମଧ୍ୟ ଲାଗୁ ହେଉଛି, ତେଣୁ ଦୟାକରି ନିଜ ଏଓଆରଙ୍କୁ ଉଲ୍ଲେଖ କରିବାକୁ କୁହନ୍ତୁ ।
ଅଗଷ୍ଟ ୫ରେ ସିଜେଆଇ ରମଣା ବରିଷ୍ଠ ଓକିଲଙ୍କୁ କହିଥିଲେ ଯେ, କନିଷ୍ଠ ଓକିଲମାନେ ଅନୁରୋଧ କରିଛନ୍ତି କି, ବରିଷ୍ଠତା ତାଲିକା ବେଳେ ଉଲ୍ଲେଖ କରାନ ଯାଉ ।

Leave a Reply

Your email address will not be published. Required fields are marked *