ଘରୋଇ ମେଡିକାଲ କଲେଜର ବଣ୍ଡ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

Spread the love

ନୂଆଦିଲ୍ଲୀ: ଏକ ଘରୋଇ କଲେଜର ଜଣେ ସ୍ନାତକୋତ୍ତର ଛାତ୍ରୀଙ୍କୁ ନିଜ ପାଠ୍ୟକ୍ରମ ପୁରା କରିବା ପରେ ବାଧ୍ୟତାମୂଳକ ସେବା ବଦଳରେ ୫ ଲକ୍ଷ ଟଙ୍କା ଭରିବାକୁ ବାଧ୍ୟକରାଯିବା ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ମେଡିକାଲ କଲେଜ ଦ୍ବାରା ଛାତ୍ରଛାତ୍ରୀଙ୍କଠାରୁ ବଣ୍ଡ ମଗାଯିବା ଉପରେ କ୍ଷୋଭକ୍ତି ବ୍ୟକ୍ତ କରି ସୁପ୍ରିମକୋର୍ଟ ଛାତ୍ରୀଙ୍କୁ ୫ ଲକ୍ଷ ଟଙ୍କା  ଓ ତା ଉପରେ ବାର୍ଷିକ ୮ ପ୍ରତିଶତ ସୁଧ ଦେବାକୁ କଲେଜକୁ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ହୀମା କୋହଲିଙ୍କ ଖଣ୍ଡପୀଠ ଏହି ମାମଲାରେ  କହିଛନ୍ତି କି, ଘରୋଇ କଲେଜ ଛାତ୍ରଛାତ୍ରୀଙ୍କଠାରୁ ପାଠ୍ୟକ୍ରମ ପରେ ବାଧ୍ୟତାମୂଳକ ସେବା ପାଇଁ ବଣ୍ଡ ସାଇନ କରିପାରିବେ ନାହିଁ। କାରଣ ସେମିତି ଘରୋଇ କଲେଜର କୋର୍ସ ଫି ମାତ୍ରାଧିକ ରହିଛି । ଏହା ବ୍ୟତୀତ ସରକାରୀ ମେଡିକାଲରେ ଡାକ୍ତର ଅଭାବ ସହ ଛାତ୍ରଛାତ୍ରୀ ଗରିବ ରୋଗୀଙ୍କୁ ସେବା ଯୋଗାଇଥାନ୍ତି। ତେଣୁ ସରକାରୀ କଲେଜ ଦ୍ବାରା ବାଧ୍ୟତାମୂଳକ ସେବା ପାଇଁ ବଣ୍ଡ ସାଇନ କରାଯିବା ଗ୍ରହଣୀୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଏକ ଘରୋଇ ମେଡିକାଲ କଲେଜ ପକ୍ଷରୁ ଜଣେ ସ୍ନାତକୋତ୍ତର ଛାତ୍ରୀଙ୍କୁ  ତାଙ୍କ ପାଠ୍ୟକ୍ରମ ପରେ ବାଧ୍ୟତମୂଳକ ସେବା ସେହି କଲେଜରେ ନ କରି ଅନ୍ୟତ୍ର କରିଥିଲେ। ତେଣୁ ମେଡିକାଲ ପକ୍ଷରୁ ତାଙ୍କୁ ତାଙ୍କ ଦସ୍ତାବିଜ ଓ ସାର୍ଟିଫିକେଟ କଲେଜ ପକ୍ଷରୁ ଦିଆଯାଇନଥିଲା। ସେ ବାଧ୍ୟତାମୂଳକ ସେବା ପାଇଁ କରିଥିବା ବଣ୍ଡର ଉଲ୍ଲଙ୍ଘନ କରିଥିବାରୁ ଏହା ବଦଳରେ ତାଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା। ତେଣୁ ଛାତ୍ରୀ ୫ ଲକ୍ଷ ଦେଇ ନିଜ ସାର୍ଟିଫିକେଟ ନେଇଥିଲେ ଓ ଏହା ବିରୋଧରେ ହାଇକୋର୍ଟରେ ଅଭିଯୋଗ କରିଥିଲେ।

ଏହି ମାମଲାରେ ୨୦୨୦ରେ ମଧ୍ୟପ୍ରଦେଶ ହାଇକୋର୍ଟର ଜଣିକିଆ ପୀଠ ସମସ୍ତ ବିଷୟକୁ ଅନୁଧ୍ୟାନ କରି କଲେଜକୁ ୫ ଲକ୍ଷ ଟଙ୍କା ବଣ୍ଡ ମନି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ କଲେଜ ସୁପ୍ରିମକୋର୍ଟରେ ଅପିଲ କରିଥିଲା।

Leave a Reply

Your email address will not be published. Required fields are marked *