ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ରଥଖଳାରେ ରଥ ନିର୍ମାଣ କାମ ଆରମ୍ଭ

Spread the love

ବୌଦ୍ଧ : ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ରଥଖଳାରେ ରଥ ନିର୍ମାଣ କାମ ଆଜି ଠାରୁ ଆରମ୍ଭ ହୋଇଛି । ଆଗାମୀ ରଥଯାତ୍ରା ନିମନ୍ତେ ବୌଦ୍ଧର ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରର ତିନି ଠାକୁର ରଥଯାତ୍ରା ଦିନ ଗୋଟିଏ ରଥରେ ମାଉସିମା ଘରକୁ ଯାଇଥାନ୍ତି । ବୌଦ୍ଧ ଶ୍ରୀଜଗନ୍ନାଥଙ୍କ ରଥ ଅଭଙ୍ଗ ରଥ ଭାବେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ଏହି ରଥ କେବେ ଭଂଗା ଯାଏ ନାହିଁ । ଶତାଧିକ ବର୍ଷ ପୁରୁଣା ରଥ ପ୍ରତିବର୍ଷ ମରାମତି କରାଯାଇଥାଏ । ନଷ୍ଟ ହୋଇଯାଇଥିବା କିମ୍ବା ଦୁର୍ବଳ ହୋଇଯାଇଥିବା ରଥର ବିଭିନ୍ନ ଅଂଶକୁ ନିର୍ମାଣ କରାଯାଇ ଲଗାଯାଇଥାଏ । ଆଜି ରଥର ମୁଖ୍ୟ ମହାରଣା ପ୍ରକାଶ ବାରିକ ରଥଖଳା ଓ ରଥ ର ପୂଜାଅର୍ଚନା କରିବା ପରେ ରଥନିର୍ମାଣ କାମ ଆରମ୍ଭ ହୋଇଛି । ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ଜିଲା ଜଙ୍ଗଲ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥାଏ । ରଥ ନିର୍ମାଣ କାମରେ ମୁଖ୍ୟ ମହାରଣାଙ୍କ ସମତେ ୧୨ ଜଣରୁ ଅଧିକ ମହାରଣା ନିୟୋଜିତ ହୋଇଛନ୍ତି । ରଥ ନିର୍ମାଣ କମିଟିର ସଦସ୍ୟ ନିବାସ ଚନ୍ଦ୍ର ଦାନୀ, ବିଜୟ ମିଶ୍ର, ଦେବରଂଜନ ମିଶ୍ରଙ୍କ ତତ୍ୱାବଧାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି ।

Leave a Reply

Your email address will not be published. Required fields are marked *