ପୂର୍ଣ୍ଣତା ହାସଲ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ସମସ୍ତ ବିଚାରପତି ପଦ ପୂରଣ ।  ଶୁକ୍ରବାର କେନ୍ଦ୍ର ପକ୍ଷରୁ ଆଉ ଦୁଇ ଜଣ ବିଚାରପତି ନିଯୁକ୍ତିକୁ ମଞ୍ଜୁରୀ ମିଳିବା ପରେ ଏବେ ସୁପ୍ରିମକୋର୍ଟର ମୋଟ ବିଚାରପତି ସଂଖ୍ୟା ୩୪ରେ ପହଞ୍ଚିଛି। କେନ୍ଦ୍ର ଆଲାହାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ ଓ ଗୁଜରାଟ ହାଇକୋର୍ଟର ମୁଖ୍ୟବିଚାରପତି ଅରବିନ୍ଦ କୁମାରଙ୍କ ନାମରେ ଲଗାଇଛି ମୋହର। ଏସମ୍ପର୍କରେ ୧୦ ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି।

କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ଟ୍ବିଟରେ ଉଲ୍ଲେଖ କରିଛନ୍ତି କି, ଭାରତର ସମ୍ବିଧାନ ଅନ୍ତର୍ଗତ ବ୍ୟବସ୍ଥା ମୁତାବକ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଲାହାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ ଓ ଗୁଜରାଟ ହାଇକୋର୍ଟର ମୁଖ୍ୟବିଚାରପତି ଅରବିନ୍ଦ କୁମାରଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି। ଉଭୟ ବିଚାରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆଇନ ମନ୍ତ୍ରୀ।

ସୂଚନା ଯୋଗ୍ୟ, ସୁପ୍ରିମକୋର୍ଟର ମୋଟ ବିଚାରପତି କ୍ଷମତା ୩୪ ଥିବା ବେଳେ  ପୂର୍ବରୁ ଏହା ୨୭ ଥିଲା। ଚଳିତ ସପ୍ତାହର ପ୍ରାରମ୍ଭିକ ଭାଗରେ ୫ ଜଣ ବିଚାରପତିଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ମିଳି ଏହା ୩୨ ହୋଇଥିବା ବେଳେ ଏବେ ଏହା ୩୪ ହୋଇଛି। ଅର୍ଥାତ୍ ସର୍ବୋଚ୍ଚ ନ୍ୟାୟାଳୟ ବର୍ତ୍ତମାନ ପୂର୍ଣ୍ଣ କ୍ଷମତା ସମ୍ପନ୍ନ ହୋଇଛି। କିନ୍ତୁ ଏହା ଆସନ୍ତା ଜୁନ ପର୍ଯ୍ୟନ୍ତ ରହିଛି। ଜୁନ ସୁଦ୍ଧା ୫ ଜଣ ଜଣ ବିଚାରପତି ଅବସର ନେବାକୁ ଥିବାରୁ ୫ଟି ପଦ ଖାଲି ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *