ବିଶ୍ୱ

ପ୍ରତି ୧୧ ମିନିଟରେ ଜଣେ ମହିଳାଙ୍କ ହତ୍ୟା ହେଉଛି: ୟୁଏନ

ନୂଆଦିଲ୍ଲୀ: ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ସାରା ଦେଶରେ ଚର୍ଚ୍ଚା ଥମିନଥିବା ବେଳେ ଜାତିସଂଘ ପକ୍ଷରୁ ଚକିତ କଲାପରି ତଥ୍ୟ ସାମ୍ନାକୁ ଆସିଛି। ୟୁଏନ ମୁଖ୍ୟ ଏଣ୍ଟୋନିୟୋ ଗୁଟେରସ  କହିଛନ୍ତି, ସମ୍ପ୍ରତି ପ୍ରତି ୧୧ ମିନିଟରେ ବିଶ୍ବରେ ଜଣେ ମହିଳା ବା ଝିଅଙ୍କ ହତ୍ୟା କରାଯାଉଛି। ଏହି ହତ୍ୟା ପଛରେ ରହିଛନ୍ତି ସେମାନଙ୍କ ସ୍ବାମୀ, ପ୍ରେମିକ, ପରିବାର ବର୍ଗ।

ଏପରି ହତ୍ୟାକୁ ଗୁଟେରସ ଦୁନିଆର ମାନବାଧିକାର କ୍ଷେତ୍ରରେ ସବୁଠାରୁ ବଡ ଉଲ୍ଲଙ୍ଘନ ବୋଲି କହିଛନ୍ତି ।ଏଥିପାଇଁ ସେ ବିଶ୍ବବ୍ୟାପୀ ସମସ୍ତ ସରକାରକୁ ଏହା ବିରୋଧରେ ଲଢିବାକୁ ରାଷ୍ଟ୍ରୀୟ କାର୍ଯ୍ୟ ଯୋଜନା ବା ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ଆହ୍ବାନ ଦେଇଛନ୍ତି। ନଭେମ୍ବର ୨୫ରେ ବିଶ୍ବ ମହିଳା ବିରୋଧୀ ହିଂସା ନିବାରଣ ଦିବସ ପାଳନ ହେବାକୁ ଥିବା ବେଳେ ଏହା ପୂର୍ବରୁ ୟୁଏନ ପକ୍ଷରୁ ଏହି ରିପୋର୍ଟ ଦିଆଯାଇଛି। ଗୁଟରସ  କହିଛନ୍ତି, ମହିଳାଙ୍କ ବିରୋଧରେ ହିଂସା ଦୁନିଆରେ ମାନବାଧିକାର ସବୁର ସବୁଠାରୁ ବଡ ହନନ।

ପ୍ରତି ୧୧ ମିନିଟରେ ଜଣେ ମହିଳା ବା ଝିଅଙ୍କୁ ତାର  ଅନ୍ତରଙ୍ଗ ସାଥୀ ବା ପରିବାର ସଦସ୍ୟ ହତ୍ୟାକରୁଛନ୍ତି। ଆମେ ସମସ୍ତେ ବେଶ ଅବଗତ କି, କୋଭିଡ-୧୯ ମହାମାରୀରୁ ଆରମ୍ଭ କରି ଆର୍ଥିକ କାରଣ ଅବା ଅଶାନ୍ତି, ସବୁ କିଛି ପାଇଁ ମହିଳାଙ୍କ ଉପରେ ଶାରୀରିକ ଓ ମୌଖିକ ଦୁର୍ବ୍ୟବହାର କରାଯାଇଥାଏ।

ସମ୍ପ୍ରତି ମହିଳାମାନଙ୍କୁ ବହୁ ସଂଖ୍ୟାରେ ଅନଲାଇନ ହିଂସାର ସାମ୍ନା ମଧ୍ୟ କରିବାକୁ ପଡୁଛି। ଏଥିରେ ଭ୍ରମ ଠାରୁ ଆରମ୍ଭ କରି ଅଭଦ୍ର ଭାଷାର ପ୍ରୟୋଗ, ଯୌନ ଉତ୍ପୀଡନ, ଫଟୋର ଦୁରୁପଯୋଗ ରହିଛି। ଏହି ସବୁ ହିଂସା ଓ ଦୁର୍ବ୍ୟବହାର ପାଇଁ ମହିଳାଙ୍କୁ ବହୁମୂଲ୍ୟ ଦେବାକୁ ହେଉଛି। ଏହା ଜୀବନର ସବୁ କ୍ଷେତ୍ରର ମହିଳାଙ୍କ ଭାଗିଦାର ଅଧିକାରରେ ବାଧା ସୃଷ୍ଟି କରୁଛି। ଏମିତି କି, ମହିଳାଙ୍କ ଉପରେ ହେଉଥିବା ହିଂସାକୁ ଇତିହାସ ବହିରେ ସାମିଲ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି କି, ଏବେ ପରିବର୍ତ୍ତନକାରୀ କାର୍ଯ୍ୟାନୁଷ୍ଠାନର ସମୟ, ଯେମିତି ମହିଳାମାନଙ୍କ ବିରୋଧରେ ହିଂସାକୁ ସମାପ୍ତ କରାଯାଇ ପାରିବ। ଏଥିସହ ୨୦୨୬ ପର୍ଯ୍ୟନ୍ତ ମହିଳାଙ୍କ ଅଧିକାର ପାଇଁ ଆନ୍ଦୋଳନ ଆଣିବାକୁ ଆର୍ଥିକ ପୋଷଣ ୫୦ ପ୍ରତିଶତ ବଢାଇବାକୁ  ଗୁଟେରସ ଆହ୍ବାନ ଦେଇଛନ୍ତି।  ସେ ମହିଳାଙ୍କ ଅଧିକାରର ସମର୍ଥନରେ ସ୍ବର ଉଠାଇବାକୁ ଆଗ୍ରହ କରିଛନ୍ତି ଓ ଆମେ ସବୁ ନାରୀବାଦୀ, ଏହି ନାରାକୁ ଗର୍ବର ସହ ଘୋଷଣା କରିଛନ୍ତି।

Related Articles

Leave a Reply

Your email address will not be published.

Back to top button