ପୁଣି ଚୀନକୁ କୋଭିଡ ତଥ୍ୟ ମାଗିଲା ଡବ୍ଲୁଏଚଓ

Spread the love

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପୁଣି ଥରେ ଚୀନ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦେଶର କୋଭିଡ-୧୯ ସ୍ଥିତି ଉପରେ ସବିଶେଷ ଓ ସଠିକ ସମୟ ଉପରେ  ସମସ୍ତ ସୂଚନା ଦେବାକୁ ଅନୁରୋଧ କରିଛି। ସଂକ୍ରମଣର ନୂଆ ମାମଲାଗୁଡିକର ଆକଳନ ଚିକିତ୍ସାରେ ସାହାୟତା ମିଳିବ ବୋଲି ଡବ୍ଲୁଏଚଓ କହିଛି। ଚୀନରେ ହେଉଥିବା ସଂକ୍ରମଣ, ମୃତ୍ୟୁ ଓ ଟୀକାକରଣ ଉପରେ ଡାଟା ଦେବାକୁ କୁହାଯାଇଛି।

ଚୀନର ସରକାରୀ ତଥ୍ୟ ଏକ ଅବିଶ୍ବସନୀୟ ମାର୍ଗଦର୍ଶକ ହୋଇଛି। ଗୋଟିଏ ପଟେ ଜିରୋ କୋଭିଡ ଆଇନକୁ ଉଠାଇ ଦିଆଯାଇଥିବା ବେଳେ ଦେଶରେ ପରୀକ୍ଷାକୁ କମ କରାଯାଉଛି। ଡବ୍ଳୁଏଚଓ କହିଛନ୍ତି କି, ଏପରି ଅସାମଞ୍ଜସ୍ୟତା ଚୀନ ପାଇଁ ସଂକ୍ରମଣ ଡାଟା ମ୍ୟାଚ କରିବାରେ ସମସ୍ୟା ସୃଷ୍ଟି କରିପାରେ।

ସୂଚନା ମୁତାବକ, ୩ ଜାନୁଆରୀକୁ ନିର୍ଦ୍ଧାରିତ ଏକ ବୈଷୟିକ ସମୁଦାୟ ବୈଠକ  ଡକାଯାଇଥିଲା। ବୈଠକରେ ଚୀନ ବୈଜ୍ଞାନିକମାନେ ଭାଇରାଲ ସିକୁଏନ୍ସିଂ ଉପରେ ବିସ୍ତୃତ ଡାଟା ଦେବାକୁ ଡବ୍ଲୁଏଚଓ ପକ୍ଷରୁ ଆମନ୍ତ୍ରିତ କରାଯାଇଛି।

ବେଜିଂର ଜନସଂଖ୍ୟା ଉପରେ ପିସିଆର ପରୀକ୍ଷା ସହିତ ଜିରୋ କୋଭିଡ ଆଇନକୁ ହଟାଇ ଦିଆଯାଇଛି। ଫଳରେ ଚୀନରେ ସଂକ୍ରମଣ ବଢିଯାଇଛି। ତେଣୁ ଆମେରିକା, ଦକ୍ଷିଣ କୋରିଆ, ଭାରତ, ଇଟାଲି, ଜାପାନ, ତାଇବାନ ଆଦି ଦେଶ ଚୀନ ଯାତ୍ରୀଙ୍କ କୋଭିଡ ପରୀକ୍ଷଣକୁ ବାଧ୍ୟତାମୂଳକ କରାଯାଇଛି।

Leave a Reply

Your email address will not be published. Required fields are marked *