ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ମାତ୍ର ଦୁଇ ଦିନ ପରଠୁ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ। ଅର୍ଥାତ୍ ରାଜ୍ୟରେ ସମସ୍ତ ଜିଲ୍ଲାର ତାପମାତ୍ରା ରବିବାରଠୁ ବୃଦ୍ଧି ହେବ । ଭୁବନେଶ୍ୱରରେ ଆସନ୍ତା ୨୪ ଘଣ୍ଟା ପାଇଁ ଆକାଶ ସଫା ରହିବ। ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ରହିବ । ଏପରି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଗୁରୁବାର ପାରଳାଖେମୁଣ୍ଡି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା । ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୬.୮ ଡିଗ୍ରୀ ରହିଥିଲା । ଝାରସୁଗୁଡ଼ାରେ ୩୬.୪ ଡିଗ୍ରୀ ଥିଲା । ୩୫ ଡିଗ୍ରୀ ଉପରେ ୮ଟି ସହର ଥିଲା । ବୁଧବାରଠୁ ଗୁରୁବାର ତାପମାତ୍ରା ସାମାନ୍ୟ ଖସିଛି । ମାଲକାନାଗିରିର ତାପମାତ୍ରା ୩୫.୪ ଡିଗ୍ରୀ, ଯାଜପୁରର ତାପମାତ୍ରା ୩୫.୨ ଡିଗ୍ରୀ ରହିଥିବା ବେଳେ ମାଲକାନାଗିରି, ନୂଆପଡ଼ା, ଖୋର୍ଦ୍ଧା, କେନ୍ଦ୍ରାପଡ଼ାରେ ତାପମାତ୍ରା ୩୫ ଡିଗ୍ରୀ ରହିଥିଲା ।
ଭୁବନେଶ୍ୱରର ତାପମାତ୍ରା ୩୪.୪ ଡିଗ୍ରୀ ରହିଥିଲା । ଅନୁଗୁଳରେ ତାପମାତ୍ରା ୩୪.୭, ସମ୍ବଲପୁରରେ ୩୪ ଡିଗ୍ରୀ, ବଲାଙ୍ଗୀରରେ ୩୪.୪, କୋରାପୁଟରେ ୩୪.୨, ସୋନପୁରରେ ୩୪.୧, ନୟାଗଡ଼ରେ ୩୪, ଭଦ୍ରକରେ ୩୪, ବରଗଡ଼ରେ ୩୪.୭ ଡିଗ୍ରୀ ତାପମାତ୍ରା ରହିଥିଲା ।

Naxatra News is now on Whatsapp
Join and get latest news update delivered to you via whatsapp
Join Now