ତତଲା ତାୱାରେ ସିଝୁଛି ଓଡ଼ିଶା। କେଉଁଠି ତାତି ତ ଆଉ କେଉଁଠି ଗୁଳୁଗୁଳି ଅସ୍ତବ୍ୟସ୍ତ କରି ପକାଇଛି। ସକାଳ ୮ଟାରୁ ଲୋକେ ଘରୁ ବାହାରୁ ନଥିବା ଦେଖା ଦେଇଛି। ଜନଶୁନ୍ୟ ରାସ୍ତଘାଟ ଏବଂ ରାସ୍ତା କଡ଼ରେ ଥିବା ଉଠା ଦୋକାନୀ ମଧ୍ୟ ସକାଳ ୧୦ଟା ସୁଦ୍ଧା ଦୋକାନ ବନ୍ଦ କରି ଦେଉ ଥିବା ଦେଖାଦେଇଛି । । କାଳ ବୈଶାଖୀ ପରେ ଏବେ ଝାରସୁଗୁଡ଼ା ଜିଲ୍ଲାରେ ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି । କିଛି ଦିନ ତଳେ ତାପମାତ୍ରା ୩୫ ଡ଼ିଗ୍ରୀରୁ ୩୮ଡିଗ୍ରୀ ରହୁଥିବା ବେଳେ ବର୍ତ୍ତମାନ ପାରଦ ୪୦ଡ଼ିଗ୍ରୀ ଉପରେ ଦିନ ୧୧ଟାରୁ ଜନଶୁନ୍ୟ ରାସ୍ତାଘାଟ। ଗତବର୍ଷ ଝାରସୁଗୁଡ଼ାରେ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିଲା । ଗତକାଲି ଝାରସୁଗୁଡ଼ା ସର୍ବୋଚ୍ଚ ତାପମାତ୍ରା ଥିବା ବେଳେ ଆଜି ମଧ୍ୟ ଗତକାଲି ଭଳି ଅନୁଭୂତ ହେଉଛି ବୋଲି ସ୍ଥାନୀୟ ଜନସାଧାରଣ କହିଛନ୍ତି। ଅନ୍ୟପକ୍ଷରେ ଚଳିତ ବର୍ଷ କିଭଳି ଭାବେ ଅଂଶୁଘାତ ଯୋଗୁ ଜନହାନି ନହେବ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଟ୍ରାଫିକ ଛକମାନଙ୍କରେ ଛଉଣୀ କରାଯାଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଅଂଶୁଘାତ ପାଇଁ HEATSTROKE ରୁମ ତିଆରି କରାଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now