ନୂଆପଡାରେ ଜଙ୍ଗଲ ଅଧିକାର ଆଇନ ନାହିଁ

ନୂଆପଡା: ନୂଆପଡା ଜିଲ୍ଲାରେ ଠିକ୍ ଭାବରେ କାର୍ଯ୍ୟକାରୀ ହେଉନାହିଁ ଜଙ୍ଗଲ ଅଧିକାର ଆଇନ। ଗ୍ରାମ ସଭାକୁ ଗୁରୁତ୍ଵ ଦେଇ ଆଇନକୁ କାର୍ଯ୍ୟକାରୀ ଆଦିବାସୀ ଏବଂ ଅଣଆଦିବାସୀଙ୍କୁ ଜମିପଟ୍ଟା ସହ ଗୋଷ୍ଠୀଗତ ଅଧିକାର ଦେବାର ନିୟମ ତ ଅଛି ହେଲେ ବିଭିନ୍ନ ଆଳ ଦେଖାଇ ଉଭୟ ଜଙ୍ଗଲ ଏବଂ ଜିଲ୍ଲା ପ୍ରଶାସନ କାର୍ଯ୍ୟକାରୀ କରୁ ନଥିବା ଅଭିଯୋଗ ହୋଇଛି ।

ଜଙ୍ଗଲର ଅଧିକାର ଆଇନ୍ କାର୍ଯ୍ୟରେ ବ୍ୟତିକ୍ରମ । ଜଙ୍ଗଲର ସୁରକ୍ଷା ସହ   ଆଦିବାସୀ ଏବଂ ଅଣଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଯୋଗାଇବା ଉଦ୍ଦେଶ୍ୟରେ   ୨୦୦୬ ମସିହାରେ ଜଙ୍ଗଲ ଜମି ଅଧିକାର ଆଇନ୍ କାର୍ଯ୍ୟକାରୀ ହୋଇଥିଲା । ଆଇନ ଅନୁସାରେ ବଣପାହାଡ ଘେରା ଅଚଂଳରେ ରହୁଥିବା ଲୋକଙ୍କୁ ଗ୍ରାମସଭା ମାଧ୍ୟମରେ   ଚିହ୍ନଟ କରି ଜଙ୍ଗଲ ଜମି ଯୋଗାଇବା କଥା । ହେଲେ ଏହି କାର୍ଯ୍ୟରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ । ୨୦୦୬ ସମିହାରେ ଜଙ୍ଗଲ ଅଧିକାର ଆଇନ ଠିକ୍ ଭାବରେ କାର୍ଯ୍ୟକାରୀ ହେଉନଥିବା ବେଳେ ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ ପକ୍ଷରୁ ଡିଏଫଓ ଅଫିସ ଘେରାଓ କରାଯାଇଛି।

ଦୀର୍ଘ ୧ ଘଣ୍ଟାରୁ ଉର୍ଦ୍ଦ ସମୟ ଧରି ଡିଏଫଓ ଅଫିସ ଘେରାଓ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜଙ୍ଗଲ ଅଧିକାର ଆଇନକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବାକୁ ଦାବୀ କରାଯାଇଥିଲା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୧୫ ଦଫା ସମ୍ମଳିତ ଦାବୀ ପତ୍ର ପ୍ରଦାନ କରିଛନ୍ତି ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ । ଅନ୍ୟପଟେ ଡିଏଫଓ ନୂଆପଡା ଜିଲ୍ଲାରେ ଠିକ୍ ଭାବେ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ ହେଉଥିବା କହିଛନ୍ତି ।

ତେବେ ଦାବୀ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର୍ କରାଯିବ ବୋଲି ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ ଚେତାବନୀ ଦେଇଛି।

ବିମଳ ସିଂ ଦଳପତିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *