କାଲିଠୁ ଆରମ୍ଭ ହେବ ମଣ୍ଡେଇ

ନବରଙ୍ଗପୁର: ଆସନ୍ତାକାଲିଠାରୁ ଆରମ୍ଭ ହେବ ନବରଙ୍ଗପୁର ଜିଲ୍ଲାର ଲୋକ ମହୋତ୍ସବ ମଣ୍ଡେଇ-୨୦୨୨। ମଣ୍ଡେଇ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଭରି ଦେଇଥିବାବେଳେ ଏଥିପାଇଁ ଦିନରାତି ଏକ କରି ସାଜସଜ୍ଜାରେ ଲାଗି ପଡିଛି ଜିଲ୍ଲା ପ୍ରଶାସନ। ଆସନ୍ତା ପାଞ୍ଚ ଦିନ ଧରି ଲୋକନୃତ୍ୟରେ ଦୁଲୁକିବ ମଣ୍ଡେଇ ରଙ୍ଗମଞ୍ଚ। ଆଉ ଏହାର ଭରପୂର ମଜ୍ଜା ଉଠାଇବାକୁ ଅପେକ୍ଷାରେ ଅଛନ୍ତି ସମସ୍ତେ ।

ନବରଙ୍ଗପୁର ଜିଲ୍ଲାର ଲୋକ ମହୋତ୍ସବ ମଣ୍ଡେଇ-୨୦୨୨। ଚଳିତ ବର୍ଷ ଜିଲ୍ଲା ପ୍ରଶାସନର ନିଷ୍ପତି ପରେ ଆସନ୍ତାକାଲିଠାରୁ ୧୪ ତାରିଖ ଯାଏ ୫ ଦିନ ଧରି ଅନୁଷ୍ଠିତ ହେବ ମଣ୍ଡେଇ।  ଦୀର୍ଘ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ହୋଇପାରିନଥିଲା ଏହି ମହୋତ୍ସବ ଚଳିତ ବର୍ଷ ହେଉଥିବାରୁ ଲୋକଙ୍କ ଭିତରେ ରହିଛି ପ୍ରବଳ ଉତ୍ସାହ । ମଣ୍ଡେଇ ମହୋତ୍ସବରେ ବିଭିନ୍ନ ସ୍ଥାନର ସାଂସ୍କୃତିକ ନୃତ୍ୟକଳା ଏବଂ ପାରମ୍ପରିକ ନୃତ୍ୟ ଶୋଭା ବର୍ଦ୍ଧନ କରିବ। ମହାରାଷ୍ଟ୍ର,ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗର ଲୋକନୃତ୍ୟ ମଞ୍ଚରେ ଶୋଭା ପାଇବ । ଏଥିସହ ଓଡ଼ିଶାର ୮ ଟି ଜିଲ୍ଲାର ଲୋକନୃତ୍ୟ ମଧ୍ୟ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି। ମହୋତ୍ସବରେ  ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପଲ୍ଲୀଶ୍ରୀ ମେଳାର  ମଜା ଉଠାଇବେ ଜିଲ୍ଲାବାସୀ । ତେଣୁ ଆସନ୍ତା ପାଞ୍ଚ ଦିନ ଧରି ଶୀତୁଆ ସନ୍ଧ୍ୟାରେ ମଣ୍ଡେଇ କାର୍ଯ୍ୟକ୍ରମର ମଜ୍ଜା ଉଠାଇବେ ଦର୍ଶକ।

ଚଳିତ ବର୍ଷ ମଣ୍ଡେଇରେ ୩ ଲକ୍ଷ ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମଣ୍ଡେଇ ମହୋତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ପଲ୍ଲୀଶ୍ରୀ ମେଳା ଏବଂ ଫୁଡ଼ ଷ୍ଟଲ । ଏଥିପାଇଁ ଓରମାସ ପକ୍ଷରୁ ୩୫୦ ଷ୍ଟଲ ନିର୍ମାଣ କରାଯାଇଛି। ମହୋତ୍ସବରେ ଦର୍ଶକମାନେ ଚଟପଟା ଖାଦ୍ୟର ମଜା ନେବା ପାଇଁ ଫୁଡ଼ ଷ୍ଟଲ ମଧ୍ୟ ନିର୍ମାଣ କରାଯାଇଛି। ପ୍ରତିବର୍ଷ ବିଭିନ୍ନ ରାଜ୍ୟରୁ ବ୍ୟବସାୟ ପାଇଁ ମଣ୍ଡେଇ ମହୋତ୍ସବକୁ ଆସୁଥିବା ବ୍ୟବସାୟୀ ଚଳିତ ମଣ୍ଡେଇ ମହୋତ୍ସବରେ ଭଲ ଦି ପଇସା ରୋଜଗାର ହେବ ବୋଲି ଆଶା କରିଛନ୍ତି।

ରବି ପଟ୍ଟନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *